ନୂଆଦିଲ୍ଲୀ: ନାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ କେନ୍ଦ୍ର ସରକାର ନୂତନ ନିଯୁକ୍ତି କରିଛନ୍ତି । ଦୁଇ ଜଣ ନିର୍ଦ୍ଦେଶକ ଏବଂ ଜଣେ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତ ହୋଇଛନ୍ତି । ଆଇପିଏସ୍ ରବି କୁମାର ସିଂ ଏବଂ ଆଇଏଏସ୍ ପ୍ରସନ୍ନ ଭେଙ୍କଟେଶ ଭିଙ୍କୁ ନିର୍ଦ୍ଦେଶକ ପଦରେ ନିଯୁକ୍ତି କରାଯାଇଛି । ସେହିପରି ୨୦୧୬ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅମିତ ସମଦାରିୟାଙ୍କୁ ଯୁଗ୍ମ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଛି ।
ବିଜ୍ଞପ୍ତି ପ୍ରକାଶର ତିନି ସପ୍ତାହ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ କେନ୍ଦ୍ରୀୟ କର୍ମଚାରୀ ଯୋଜନାରୁ ବାସନ୍ଦ ପ୍ରକ୍ରିୟା କରାଯିବ ।
NEET-UG ପେପର ଲିକ୍ ହେବା ପରଠାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର କାର୍ଯ୍ୟକାରିତା ଉପରେ ଲଗାତର ପ୍ରଶ୍ନ ଉଠୁଛି । କେନ୍ଦ୍ର ସରକାର ପ୍ରଶ୍ନପତ୍ର ତିଆରିରେ ନିଯୁକ୍ତ ଥିବା 600 ଜଣଙ୍କୁ ସେମାନଙ୍କ ପଦବୀରୁ ହଟାଇଛନ୍ତି । ସରକାର ଏଜେନ୍ସି ମଧ୍ୟରେ ନୂତନ ନିଯୁକ୍ତି ପାଇଁ ଏକ ନୂତନ ଦଳ ଗଠନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏଜେନ୍ସିକୁ ଅଧିକ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ଏନଟିଏରେ ଦୁଇଜଣ ନିର୍ଦ୍ଦେଶକ ଏବଂ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛନ୍ତି ।