ଏଠି ମରିଯାଇଛି ମା’ର ମମତା । ଜନ୍ମ କରି ନିଜ ଶିଶୁକୁ ମରଣ ମୁହଁକୁ ଠେଲି ଦେଲା ମା’। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ।
ସୂଚନା ଅନୁଯାୟୀ , ଶିଶୁକନ୍ୟାକୁ ଜନ୍ମ କରିବାର ମାତ୍ର କିଛି ଘଣ୍ଟା ପରେ ସବୁ ସମ୍ପର୍କ ତୁଟେଇଦେଇ ହସ୍ପିଟାଲ ପାଇଖାନାରେ ଫୋପାଡ଼ିଦେଇ ଚାଲିଗଲା ମାଆ । କାହିଁକି ନାଁ କନ୍ୟା ସନ୍ତାନ ହୋଇଛି , ତାକୁ କିଏ ରଖିବ । କନ୍ୟାଶିଶୁ ଜନ୍ମ ହେଲା ବୋଲି ହତାଦର କରିକି ଛାଡ଼ି ଚାଲିଗଲା ମାଆ । ଏଭଳି ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯାଉଛି । ଯେତେବେଳେ ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ରୋଗୀମାନେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବାର ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ମେଡିକାଲ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ମେଡିକାଲ କର୍ମଚାରୀମାନେ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ସୂଚନା ଦେଇଥିଲେ । ପିଲାଟିର ଓଜନ କମ୍ ଥିବାରୁ ତାର ଅବସ୍ଥା ଗୁରୁତର ଅଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କିଏ ଓ କଣ ପାଇଁ ଶିଶୁଟିକୁ ଶୌଚାଳୟରେ ଫିଙ୍ଗିଦେଇକି ଚାଲିଗଲା ଏଯାଏଁ କାରଣ ଜଣାପଡିନାହିଁ। କେତେ ନିର୍ଦୟୀ ହୋଇଗଲା ଜନ୍ମ କଲା ମାଆ । ଏପର୍ଯ୍ୟନ୍ତ ଏଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଆଗକୁ ପଢନ୍ତୁ :- ପୁଣି ସାପ କାମୁଡ଼ାରେ ଗଲା ଆଉ ଦୁଇ ଜୀବନ