୪ ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ କୂଅରେ ଫସିଥିବା ଭାଲୁକୁ କରାଗଲା ଉଦ୍ଧାର କେନ୍ଦୁଝର, ଜୁଲାଇ ୧(ଖବର ଓଡିଶା): Share story: ଦାର୍ଘ ଚାରି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ କୂଇରେ ଫସିଥିବା ଭାଲୁକୁ ଉଦ୍ଧାର କରାଯାଇଛି । ତେବେ ଭାଲୁଟି ଆମ୍ବ ଓ ପଣସ ଖାଇବାକୁ ଆସି କୂଅରେ ଫସି ଯାଇଥିଲା । ତେବେ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଅକ୍ରାନ୍ତ ପରିଶ୍ରମ ପରେ ଭାଲୁଟିକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ସଦର ରେଞ୍ଜର ଗାଁର ବରିଷ୍ଠ ଆଇନଜୀବୀ ଚର୍ତୁଭୂଜ ହୋତାଙ୍କର ଫାର୍ମା ହାଉସରେ ଥିବା ଏକ କୂଅରେ ଶୁକ୍ରବାର ସକାଳୁ ଜଙ୍ଗଲୀ ଭାଲୁ ପଡିଯାଇଥିଲା । ଏହାପରେ ଭାଲୁଟି ଗର୍ଜନ କରିବା ଆରମ୍ଭ କରିଦେଇଥିଲା । ପରେ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ସିଢୀ ପକାଇ ଭାଲୁଟିକୁ ଉଦ୍ଧାର କରିଥିଲେ । ହେଲେ ଭାଲୁଟି ଥକି ଯାଇ ଅସୁସ୍ଥ ଅନୁଭବ କରୁଥିଲା । ମାତ୍ର କିଛି ସମୟ ପରେ ଭାଲୁଟି ସୁସ୍ଥ ହୋଇ ଜଙ୍ଗଲକୁ ଚାଲିଯାଇଛି । , , 01/07/2022