୨ ଦିନ ପରେ ବି ମିଳୁନି କଟକ ବଡମ୍ବା କାନାରା ବ୍ୟାଙ୍କବ୍ରାଞ୍ଚ ମ୍ୟାନେଜର ତପନ ସାହୁଙ୍କ ପତ୍ତା। ତପନଙ୍କୁ କିଏ ଅପହରଣ କରିନେଇଛି ନା ସିଏ କେଉଁଆଡ଼େ ଚାଲିଯାଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ। ତପନ ସାହୁଙ୍କର ଗତ ୪ ମାସ ତଳେ ବିବାହ ହୋଇଥିଲା। ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ସେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ। ବ୍ରହ୍ମପୁର ସ୍ଥିତ ଘରୁ ବ୍ୟାଙ୍କ ଆସୁଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହାପରେ କୌଣସି ଖୋଜଖବର ମିଳିପାରି ନଥିଲା ବ୍ରାଞ୍ଚ ମ୍ୟାନେଜଙ୍କର। ଆଶା ଓ ଆଶଙ୍କାରେ ରହିଛନ୍ତି ପରିବାରଲୋକ। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁଯାୟୀ , ଗତ ସୋମବାର ଛୁଟି ସାରି ବ୍ରହ୍ମପୁର ସ୍ଥିତ ଘରୁ ବ୍ୟାଙ୍କ ଆସୁଥିବା ବେଳେ ନିଖୋଜ ଅଛନ୍ତି ତପନ ସାହୁ। ବଡମ୍ବା ନିକଟ ପତନି ଛକ ପରଠୁ ତପନଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ତପନ ସାହୁଙ୍କର ଗତ ୪ ମାସ ତଳେ ବିବାହ ହୋଇଥିଲା। ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ସେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ। ବାଙ୍କୀ କଳାପଥର କାର୍ଯ୍ୟାଳୟକୁ ଆସିଥିଲେ ତପନ। ବଡମ୍ବା ବ୍ରାଞ୍ଚରେ ପହଞ୍ଚିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ତପନଙ୍କର କୌଣସି ସନ୍ଧାନ ମିଳି ନଥିଲା। ଏନେଇ କଳାପଥର ବ୍ରାଞ୍ଚ ମ୍ୟାନେଜର ଥାନାରେ ଏତଲା ଦେଇଛନ୍ତି । ପରିବାରଲୋକେ ମଧ୍ୟ ବୈଦେଶ୍ଵର ଥାନାରେ ଏତଲା ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।
ଅଧିକ ପଢନ୍ତୁ ; ରାଜ୍ୟରେ ବଢିଚାଲିଛି ବିଷାକ୍ତ ଖାଦ୍ୟର ପରିମାଣ