ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ କୁ ଚୌଦ୍ୱାର ଜେଲ ଅଣାଯାଉଛି | ଝାରସୁଗୁଡା ଜେଲରୁ ଗୋପାଳକୁ କଡା ସୁରକ୍ଷାର ସହ ଚୌଦ୍ୱାର ଜେଲ କୁ ନିଆଯାଉଛି | ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରିତ ହୋଇପାରେ। ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଜେଲ୍ ବିଭାଗ ଅପିଲ କରିଥିଲା। ତେବେ ଗୋପାଳକୁ କେଉଁ ଜେଲ୍ ପଠାଯିବ, ଏନେଇ ଏଡିଜି ସ୍ଥିର କରିଛନ୍ତି। ସେପଟେ ଆଜି ଗୋପାଳକୁ ପୁଣି ଝାରସୁଗୁଡ଼ା JMFC କୋର୍ଟରେ ଗୋପାଳ ହାଜର ହୋଇଥିଲା। ଅଭିଯୁକ୍ତ ଗୋପାଳର ୧୬୪ ଟି ବୟାନ ରେକର୍ଡ କରାଯାଇଛି। କୋର୍ଟରେ ବୟାନ ରେକର୍ଡ ହୋଇନେଇ ଗୋପାଳର ଓକିଲ ସୂଚନା ଦେଇଛନ୍ତି । କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ଘଟଣାର ପଡୁନି ପୂର୍ଣ୍ଣଛେଦ | ଏବେବି ହତ୍ୟାର ସସପେନ୍ସ ଜାରିରହିଛି |କ’ଣ ଏହା ପଛର କାରଣ, ଏସବୁ କିଛି କହିଛି କି ଅଭିଯୁକ୍ତ ଗୋପାଳ ଦାସ। ଏନେଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି। କେମିତି ଓ କାହିଁକି ମାରିଛି ସବୁ କଥା ନାର୍କୋ ଟେଷ୍ଟରେ କହିଥିବା ବ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଗତକାଲି ନାର୍କୋଟେଷ୍ଟ ପରେ ଓଡିଶା ଫେରିଛି ଗୋପାଳ |