ଦୁର୍ଘଟଣା ପରେ ଦୁର୍ଘଟଣା ଘଟିବାରେ ଲାଗିଛି । ଯାହାଫଳରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଆଜି ଭଦ୍ରକ ଜିଲ୍ଲାରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡିକୁ ପଛ ପଟୁ ଧକ୍କା ଦେଇଛି ଟ୍ରକ । ଯାହାଫଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ବାଲେଶ୍ବରରୁ ଏକ ଆଜବେଷ୍ଟ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ସମୟରେ ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ଆଜବେଷ୍ଟ ବୋଝେଇ ଟ୍ରକ ରାସ୍ତା କଡରେ ଥିବା ସମୟରେ ଆଉ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା