ସମ୍ବଲପୁର: ସମ୍ବଲପୁର ଚିଡିଆଖାନା ରୁ ଆସିଲା ଖୁସି ଖବର । ନୂଆଁପଡାରୁ ଆସିଥିବା ମଣିଷଖିଆ ବାଘକୁ ମିଳିଲା ସାଥି । ନିଃସଙ୍ଗ ହୋଇ ରହୁଥିବା ବାଘୁଣୀ ମଧ୍ୟ ପାଇଲା ସାଥି । ପୂର୍ବରୁ ସମ୍ବଲପୁର ଚିଡିଆଖାନାରେ ରାଣି ଏକା ରହୁଥିଲା । ହେଲେ ନୂଆପଡା ରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ଖିଆ ବାଘକୁ 5 ନଭେମ୍ବର 2023 ରେ ସମ୍ବଲପୁର ଚିଡ଼ିଆଖାନାକୁ ଅଣାଯାଇଥିଲା । ତେବେ ହିଂସ୍ର ଥିବା ବାଘକୁ ୮ ମାସ ଧରି ଏକା ରଖାଯିବା ସହ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ସେ କ୍ୟୁରେଣ୍ଟାଇନରେ ରହିଲା l
ହିଂସ୍ର ବାଘର ଆଚରଣ ଧିରେ ଧିରେ ପରିବର୍ତ୍ତନ ହେବା ପରେ ତାକୁ ରାଣି ରହୁଥିବା ଏନକ୍ଲୋଜର ଭିତରେ ଛଡା ଯାଇଛି । ରାଣିକୁ ଦେଖିବା ପରେ ତା ଆଚାରଣରେ ଆହୁରି ପରିବର୍ତ୍ତନ ଆସିଥିଲା । କିଛିଦିନ ହେଲାଣି ଦୁଇ ବାଘ ଏକତ୍ରିତ ଖେଳ,ବୁଲା କରୁଥିବା ଦେଖିବାକୁ ମିଳିଛି । ତେବେ ୧୯୮୨ ମସିହାରେ ନନ୍ଦନକାନନରେ ପ୍ରଥମେ କଲରାପତରିଆ ବାଘ ଛୁଆ ଜନ୍ମ କରିଥିଲେ l ଏହାପରେ ଏହା ସମ୍ବଲପୁର ଚିଡିଆଖାନା ରେ ହେବାକୁ ଯାଉଛି । ଯାହାକୁ ନେଇ ଚିଡିଆଖାନା କତୃପକ୍ଷ ବେଶ ଖୁସି ଅଛନ୍ତି ।