ଢେଙ୍କାନାଳ: କ୍ରିକେଟ ଖେଳରୁ ମହାଭାରତ । ହାରିଗଲେ ବୋଲି ବ୍ୟାଟ ପ୍ରହାରରେ ଖେଳାଳିଙ୍କୁ କଲେ ଲହୁ ଲୁହାଣ । ଏଭଳି ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ସାଇରାମପୁର ଗାଁରେ । ଗାଁ ପଡ଼ିଆରେ ଚାଲିଥିବା ଫାଇନାଲ କ୍ରିକେଟ ମ୍ୟାଚରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଗନ୍ଧାପାଳ ଏବଂ ରାସୋଳ ଦୁଇ ଦଳ ମଧ୍ୟରେ ଖେଳ ଚାଲିଥିଲା । ଶେଷ ବଲରେ ବିଜୟ ପାଇଁ ରାସୋଳକୁ ଚାରି ରନ ଆବଶ୍ୟକ ଥିବା ବେଳେ, କରି ନପାରି ନଥିଲେ ରାସୋଳ ଦଳ। ଏଥିରେ ବିଜୟ ହୋଇଥିଲେ ଗନ୍ଧାପାଳ ।
ଶେଷରେ ବିଜୟୀ ହୋଇଥିଲେ ଗନ୍ଧାପାଳ ଖେଳାଳି ଖୁସିରେ ନାଚିଥିଲେ । ଯାହାକୁ ନେଇ ଉତଖିପ୍ତ ହୋଇଯାଇଥିଲେ ରାସୋଳ ଦଳର ଖେଳାଳି । କ୍ରିକେଟ ବ୍ୟାଟ ଏବଂ ଷ୍ଟମ୍ପ ଧରି ଆକ୍ରମଣ କରିଥିଲେ ଗନ୍ଧାପାଳ ଦଳ ଉପରେ । ଆକ୍ରମଣରେ ଉଭୟ ପକ୍ଷର ଅନେକ ଖେଳାଳି ରକ୍ତାକ୍ତ ହୋଇଥିବା ବେଳେ ଗନ୍ଧାପାଳ ଦଳର କିଛି ଖେଳାଳିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ଅନ୍ୟ ଯୁବକ ମାନେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।