ଆମକୁ ସୁସ୍ଥ ରହିବାକୁ ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଏହାସହିତ ଅନେକ ପୃଷ୍ଠିଯୁକ୍ତ ଖାଦ୍ୟ ମଧ୍ୟ ଖାଇବାକୁ ପଡିବ। ଡାକ୍ତର ମଧ୍ୟ କହିଥାନ୍ତି ଅନେକ ଘରୋଇ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରକୁ ପ୍ରଚୁର ପରିମାଣର ପୋଷକ ତତ୍ୱ ମିଳିଥାଏ। ଏପରିକି ସବୁବେଳେ ସୁସ୍ଥ ରହିବାକୁ ହେଲେ ଦୈନନ୍ଦୀନ ଜୀବନରେ ପରିବର୍ତ୍ତନ ଆଣିବା ଜରୁରୀ। ଏବେ ଶୀତଋତୁର ପ୍ରଭାବ ଜାରି ରହିଛି। ଶୀତ ଦିନେ ଟିକିଏ ଅସାବଧାନତା ଯୋଗୁଁ ଆମ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ। ଶୀତଦିନେ ପ୍ରାୟତଃ ବେଶ ଉପକାରୀ ହୋଇଥାଏ ଗୁଡ। ଏହାକୁ ପ୍ରତ୍ୟକ ଦିନ ସେବନ କରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଏବଂ ହଜମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାସହିତ ଥଣ୍ଡା, କାଶ ଠାରୁ ରକ୍ଷା କରିଥାଏ।
ଆସନ୍ତୁ ଜାଣିବା କେଉଁ ସମସ୍ୟା ଦୂର କରେ ଗୁଡ :
*ରକ୍ତଚାପ ନିୟନ୍ତ୍ରଣ କରେ :
ଗୁଡରେ ପ୍ରଚୁର ପରିମାଣର ସୋଡିୟମ୍ ଏବଂ ପୋଟାସିୟମ୍ ରହିଥାଏ। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଉଚ୍ଚ ରକ୍ତଚାପ ରୋଗୀମାନେ ଶୀତଦିନେ ଗୁଡ଼ ଖାଇବା ନିହାତି ଜରୁରୀ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଗୁଡ଼ ଫଳପ୍ରଦ ହୋଇଥାଏ।
*ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର କରେ :
ଶୀତଦିନେ ଅଧିକାଂଶ ଲୋକମାନେ ଶ୍ୱାସକ୍ରିୟା ନେବାରେ ଅସୁବିଧା ହୋଇଥାଏ। ନାକ ବନ୍ଦ ହେବା ଦ୍ବାରା ଏହା ସହ୍ୟ କରିବା କଷ୍ଟକର ହୋଇପଡ଼େ। ଏହି ଦିନରେ ଗୁଡ଼ ଖାଇବା ଦ୍ୱାରା ଶ୍ୱାସକ୍ରିୟାରେ ଯଥେଷ୍ଟ ଉନ୍ନତି ଆଣେ। ତେଣୁ ପ୍ରାୟତଃ ଲୋକେ ସେବନ କରିଥାନ୍ତି। ଏପରିକି ବିଶେଷଣଜ୍ଞ ମାନେ ମଧ୍ୟ ପ୍ରତ୍ୟକ ଦିନ ଖାଇବାକୁ ପରାମର୍ଶ ଦେଇଥାନ୍ତି।
*କାଶ, ଛିଙ୍କ ଏବଂ ଥଣ୍ଡାରୁ ରକ୍ଷା କରେ :
ପ୍ରାୟତଃ ଶୀତଦିନେ ଅଧିକାଂଶ ଲୋକେ କାଶ, ଛିଙ୍କ ଏବଂ ଥଣ୍ଡା ସମସ୍ୟା ଦେଇ ଗତି କରନ୍ତି। ଏହି ସମସ୍ୟା ମଧ୍ୟ ବହୁ ଦିନ ଧରି ଲାଗିରହେ। ତେଣୁ କରି ସମସ୍ତଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଶୀତଦିନେ ନିୟମିତ ଗୁଡ଼ ଖାଇବା ଦ୍ୱାରା ଆପଣଙ୍କୁ ଥଣ୍ଡାରୁ ରକ୍ଷା କରାଯାଇପାରିବ। ଗୁଡ଼ ଖାଇବା ଆମ ଶରୀର ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଗୁଡ଼ ଖାଇବା ଦ୍ୱାରା କାଶ, ଛିଙ୍କ ଏବଂ ଥଣ୍ଡା ଉଭୟରୁ ମୁକ୍ତି ମିଳିପାରିବ।