ସମ୍ବଲପୁର: ଚଳିତ ବର୍ଷ ହୀରାକୁଦ ଜଳ ଭଣ୍ଡାର ପକ୍ଷୀ ଗଣନା ଶେଷ ହେବା ପରେ ରିପୋର୍ଟ ପ୍ରକାଶ ପାଇଛି । ହୀରାକୁଦ ଜଳଭଣ୍ଡାରରେ ଗତ ବର୍ଷ ତୁଳନାର ପୁଣି ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି । ଲଗାତର ଦ୍ୱିତୀୟ ଥର ପାଇଁ ହୀରାକୁଦରେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛି ।
ଚଳିତ ଶୀତ ଋତୁରେ ହୀରାକୁଦକୁ ୪ ଲକ୍ଷ ୨୧ ହଜାର ପକ୍ଷୀଙ୍କ ଆଗମନ ହୋଇଛି । ମୋଟ ୧୨୮ ପ୍ରଜାତିର ପକ୍ଷୀ ଆସିଥିବାବେଳେ ୫ଟି ପ୍ରଜାତିର ନୂଆ ପକ୍ଷୀ ମଧ୍ୟ ଚିହ୍ନଟ କରାଯାଇଛି । ଗତବର୍ଷ ଠାରୁ ୪୪ ହଜାର ଅଧିକ ପକ୍ଷୀ ହୀରକୁଦକୁ ଆସିଛନ୍ତି । ଗତବର୍ଷ ୩ ଲକ୍ଷ ୭୭ ହଜାର ୭୩୨ଟି ପକ୍ଷୀ ହୀରାକୁଦକୁ ଆସିଥିଲେ । ଗତବର୍ଷ ୧୨୨ ପ୍ରଜାତିର ପକ୍ଷୀ ଆସିଥିଲେ ।
ଗତ ରବିବାର ହୀରାକୁଦରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା । ମୋଟ ୨୧ଟି ସେକ୍ଟରରେ ୭୦ ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ସାମିଲ ହୋଇଥିଲେ ।