ବର୍ତ୍ତମାନ ସମୟରେ ମନ୍ୟୁଷ ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଉଛି। ଯାହା ଫଳରେ ଲୋକେ ଦିନକୁ ଦିନ ରୋଗାଗ୍ରସ୍ଥ ହେଉଛନ୍ତି। ସେହି ରୋଗରୁ ମୁକ୍ତି ପାଇବା ପାଇଁ ସେମାନେ ଅନେକ ପ୍ରକାରର ଦାମିଦାମି ଔଷଧର ସେବନ କରୁଛନ୍ତି। କିନ୍ତୁ ଆଜି ଆପଣଙ୍କୁ ଏମିତି ଏକ ଫଳ ବିଷୟରେ କହିବୁ ଯାହାକୁ ଆପଣମାନେ ଖାଇଲେ ଆଉ ଆପଣଙ୍କୁ ମେଡ଼ିସିନର ଆବଶ୍ୟକତା ପଡିବନି। ଆପଣ ତାହାକୁ ପ୍ରତ୍ୟକ ଦିନ ଖାଇଲେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।
ସେହି ଫଳଟିରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି-୬, ଆଇରନ୍, ଫସଫରସ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ସୋଡିୟମ ଏବଂ ପୋଟାସିୟମ ଭଳି ଉପାଦାନ ପ୍ରଚୁର ପରିମାଣରେ ରହିଥାଏ। ତାହାକୁ ଫଳକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଖାଇଲେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସେ ଫଳଟି ହେଉଛି ‘କଦଳୀ’।
ଆସନ୍ତୁ ଜାଣିବା ଏହି ଫଳକୁ ଖାଇବାର ଲାଭ
କଦଳୀରେ ଥିବା ଉପାଦାନଗୁଡିକ ଆପଣଙ୍କ ଅନ୍ତନଳୀର ସ୍ବାସ୍ଥ୍ୟକୁ ବହୁତ ପରିମାଣରେ ଉନ୍ନତ କରିପାରେ। ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଫଳକୁ ଡାଏଟ ପ୍ଲାନରେ ମଧ୍ୟ ସାମିଲ୍ କରିପାରିବେ। ଏଥି ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ କଦଳୀ ଖାଇପାରିବେ। କଦଳୀକୁ ହାର୍ଟ ହେଲ୍ଥ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। କଦଳୀକୁ ସଠିକ୍ ପରିମାଣରେ ଖାଇବା ଦ୍ବାରା ହ୍ରୁଦ୍ ରୋଗର ଆଶଙ୍କା ହ୍ରାସ ପାଇଥାଏ।
ଅଧିକ ପଢନ୍ତୁ : ହୁତୁହୁତୁ ହୋଇ ଜଳିଲା ସୋ ରୁମ୍ : ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ