ବିନିକା : ହୁତୁହୁତୁ ହୋଇ ଜଳିଲା ସୋ ରୁମ୍। ଫଳରେ ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର କ୍ରୀଡ଼ା ସାମଗ୍ରୀ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନମାଳି ସ୍ପେର୍ଟସ ଏଣ୍ଟର ପ୍ରାଇଜେସରେ ଅଗ୍ନିକାଣ୍ଡ। ସ୍ଥାନୀୟ ଲୋକେ ଦୋକାନରେ ନିଆଁ ଲାଗି ଥିବା ଦେଖି ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଦୋକାନ ମାଲିକଙ୍କୁ ଖବର ଦେଇଥିଲେ । ଖବରପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ସୂଚନା ଅନୁସାରେ, ଆଜି ଭୋରରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନମାଳି ସ୍ପେର୍ଟସ ଏଣ୍ଟର ପ୍ରାଇଜେସରେ ନିଆଁ ଲାଗିଯାଇଥିଲା। ଏପରିକି ନିଆଁର ପ୍ରକୋପ ଏତେ ଅଧିକ ହୋଇଯାଇଥିଲା ଯେ କ୍ଷଣକେ ମାତ୍ରରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେମିତି ସୋ ରୁମରେ ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଚ ରହିଛି। ତେଣୁ ପୋଲିସ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ : ଭାରସାମ୍ୟ ହରାଇ ପିଟି ହେଲା କାର : ଅଳ୍ପକେ ବର୍ତ୍ତିଲେ ୧୩ ଜଣ ଯାତ୍ରୀ