ଛତ୍ରପୁର: ପିକ୍ନିକ୍ ହେଲା କାଳ। ଭାରସାମ୍ୟ ହରାଇ ରାସ୍ତା କଡରେ ପିଟି ହେଲା କାର। ଯାହାଫଳରେ ଗାଡିଟିର ଆଗ ପାଶ୍ୱ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଗାଡ଼ିରେ ବସିଥିବା ୧୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ସୋମବାର ସକାଳେ କୋରାପୁଟରୁ ପିକ୍ନିକ୍ ସାରି ନିମାପଡ଼ା ଫେରୁଥିବାବେଳେ କାରଟି ଭାରସାମ୍ୟ ହରାଇ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।
ଅଧିକ ପଢନ୍ତୁ : ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା