ଯାଜପୁର: ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା। ଧର୍ମଶାଳା ଘରେ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୪ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ଏବଂ ୧୫ ଧର୍ମଶାଳାରେ ଚିକିତ୍ସାଧୀନ ଅଛନ୍ତି। ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଭାଙ୍ଗି ଦେଇଛନ୍ତି ପ୍ରଣବ ବଳବନ୍ତରାୟ କହିଛନ୍ତି । ଏହା ସହ ସେ କହିଛନ୍ତି ଯାଜପୁର ପୋଲିସ ଉପରେ ଭରସା ନାହିଁ, ଡିଜିପିଙ୍କୁ ଅବଗତ କରିବି। ବର୍ତ୍ତମାନ ବିଧାୟକଙ୍କ ସମର୍ଥକ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ପ୍ରଣବ ବଳବନ୍ତରାୟଙ୍କ ଅଭିଯୋଗର ଜବାବ ରଖିଲେ ବିଧାୟକ ହିମାଂଶୁ ସାହୁ। ଆମ ସମର୍ଥକଙ୍କ ଉପରେ ମଧ୍ଯ ଆକ୍ରମଣ ହୋଇଛି ବୋଲି ହିମାଂଶୁ ସାହୁ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।