ଭୁବନେଶ୍ୱର: ପୁଣି ଡିଜେର ବିକଟାଳ ଶବ୍ଦ ନେଲା ଜଣକଙ୍କ ଜୀବନ । କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣା ଗ୍ରାମର ଲକ୍ଷ୍ମୀଧର ଚନ୍ଦଙ୍କର ମୃତ୍ୟୁ ହୋଇଛି ।
ଗତ ୧୬ ତାରିଖରେ ବଜାରରେ ଯିବା ସମୟରେ ଏକ ବରଯାତ୍ରୀ ଯାଉଥିଲା । ଏହି ସମୟରେ ଡିଜେର ବିକଟାଳ ଶବ୍ଦ ଶୁଣି ହଠାତ ଅସୁସ୍ଥ ହୋଇ ପଡିଥିଲେ ଲକ୍ଷ୍ମୀଧର । ତାଙ୍କୁ ତୁରନ୍ତ ତିଗିରିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରଶାସନର ବିନା ଅନୁମତିରେ ଡିଜେ ବାଜୁଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଡିଜେ ଗାଡିର ଅପରେଟରକୁ ଗିରଫ କରାଯାଇଛି । ଖୁବଶୀଘ୍ର ମାଲିକ ସମେତ ବର ଘର ଲୋକଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି।