ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ଧାର ଜିଲ୍ଲାରେ ଧରମପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ କାଲୁସିଂହ ଠାକୁରଙ୍କ ଉପରେ ଆକ୍ରମଣ ହୋଇଛି । ବିଧାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ଧାମନୋଦ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତକୁ ଗିରଫ କରିଛନ୍ତି ।
ବିଧାୟକ କାଲୁସିଂହ ଠାକୁରଙ୍କ ଅଭିଯୋଗ ମୁତାବକ, ସେ ନିଜ ପୈତୃକ ଗ୍ରାମ ସିରସୋଦିୟାରେ ଘର ନିକଟରେ ଥିବା କ୍ଷେତକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ପଡ଼ୋଶୀ ତାଙ୍କୁ ପଥରରେ ଆକ୍ରମଣ କରିଥିଲେ । ସେଥିରେ ଦୁଇ ତିନି ଜଣ ମହିଳା ମଧ୍ୟ ସାମିଲ ଥିଲେ । ଆକ୍ରମଣରେ ବିଧାୟକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ବିଧାୟକଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ବିଧାୟକ ଏ ନେଇ ଧାମନୋଦ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପ୍ରିନ୍ସ ଓରଫ୍ ପିଣ୍ଟୁ, ଗେନ୍ଦାବାଇ ଏବଂ ରଞ୍ଜୁ ଗିରୱାଲ ନାମକ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି । ତେବେ ମାମଲାରେ କୌଣସି ଗିରଫଦାରୀ ହୋଇନାହିଁ । ବିଧାୟକଙ୍କ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ତାଙ୍କ ଉପରେ ଗୁଳି ମାଡ଼ ମଧ୍ୟ କରାଯାଇଥିଲା । କିନ୍ତୁ ସେମାନଙ୍କ ସହିତ କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ ।