ଭୁବନେଶ୍ୱର: ଏଣିକି କଏଦୀ ଚମ୍ପଟ୍ ମାରିଲା ବାଜି ଉଠିବ ସାଇରନ୍ । ରାଜ୍ୟର ପ୍ରମୁଖ ଜେଲରେ ଏଣିକି କୃତ୍ରିମ ବୃଦ୍ଧିମତା ବା ଏଆଇ କ୍ୟାମେରା ଲଗାଯିବ । ସେପଟେ ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିଥିବା ବିହାରୀ କଏଦୀଙ୍କୁ ଏଯାଏଁ ଧରାଯାଇନାହିଁ । ଏହାରି ମଧ୍ୟରେ ପୂର୍ବତନ ଜେଲର୍ ଏବଂ ବରିଷ୍ଠ ଅଧୀକ୍ଷକଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଯାହାକୁ ନେଇ ଗୃହ ବିଭାଗ ଉଦବେଗ ପ୍ରକାଶ କରିଛି । ଉଭୟଙ୍କୁ କୈଫତ ମଗାଯାଇଥିବା ଜେଲ୍ ଡିଆଇଜି ବିରେନ୍ ସାହୁ ସୂଚନା ଦେଇଛନ୍ତି ।
ଗୃହ ବିଭାଗ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଏବଂ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କୁ କୈଫତ ମାଗିଛନ୍ତି । ଯଦି ସେମାନଙ୍କ ପାଖରେ କୌଣସି ତଥ୍ୟ ଥିଲା କିମ୍ବା ଅଭିଯୋଗ ଥିଲା ପ୍ରଥମେ ବିଭାଗକୁ ନ ଜଣାଇ କାହିଁକି ସିଧାସଳଖ ଥାନାକୁ ଗଲେ ସେ ନେଇ କାରଣ ଦର୍ଶାଇବାକୁ ନୋଟିସରେ କୁହାଯାଇଛି ।
ରାଜ୍ୟର ପ୍ରମୁଖ ଜେଲରେ ଏଣିକି କୃତ୍ରିମ ବୃଦ୍ଧିମତା ବା ଏଆଇ କ୍ୟାମେରା ଲଗାଯିବ । ଏହା ଦ୍ୱାରା କଏଦୀ ଚମ୍ପଟ୍ ମାରିଲେ ଆପେ ସାଇରନ୍ ବାଜି ଉଠିବ । ପ୍ରଥମ ପର୍ଯ୍ୟାୟରେ ୧୮ଟି କାରାଗାରରେ ଏଆଇ କ୍ୟାମେରା ଲାଗିବ । ଏହା ପରେ ୪ଟି ପ୍ରମୁଖ ମଣ୍ଡଳ କାରଗାର ଚୌଦ୍ୱାର, ଭୁବନେଶ୍ୱର ଝାରପଡ଼ା, ବ୍ରହ୍ମପୁର ଏବଂ ସମ୍ବଲପୁର ମଣ୍ଡଳ କାରାଗାରରେ ଏଆଇ କ୍ୟାମେରା ଲାଗିବ ।