ବ୍ରହ୍ମଗିରି: ଚିଲିକାରେ ଆରମ୍ଭ ହେଲା ଡଲଫିନ ଗଣନା । ଆଜିଠୁ ତିନିଦିନ ଧରି ଚାଲିବ ଗଣନା । ବାଇନାକୁଲାର, କ୍ୟାମେରା ବ୍ୟବହାର କରାଯାଇ ଡଲଫିନ ଗଣନା ଜାରି ରହିଛି । ଏଥିପାଇଁ ସମସ୍ତ ମୋଟର ବୋଟ୍ ସଂଘକୁ ଚିଠି ଲେଖିଛି ଡିଏଫଓ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ଚିଲିକାରେ ଡଲଫିନ ଗଣନା କରାଯାଉଛି । ଏଥିପାଇଁ ଚିଲିକା ବନ ଖଣ୍ଡର ୧୮ ଟିମ୍ ନିୟୋଜିତ ହୋଇଛନ୍ତି । ତିନିଦିନର କଟକଣା ଲାଗୁ ପାଇଁ ଚିଠି ଲେଖା ହୋଇଛି । ଏହାସହ ସକାଳ ୬ଟାରୁ ଅପରାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଏବଂ ଯାତ୍ରୀବାହୀ ଭସାପୋଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି । ।
ଗଣନା କାର୍ଯ୍ୟରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଡଲଫିନ ଗଣନା କରୁଛନ୍ତି । ପ୍ରତି ଟିମ୍ ରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ସାତପଡ଼ାର ୪ଟି ଅଞ୍ଚଳରେ ଗଣନା ଚାଲିଛି । ସେହିପରି ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ୍ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି କରୁଛନ୍ତି ।