ପୁରୀ: ଖୁବ ଶୀଘ୍ର ଆସିବ ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଜମି ସମସ୍ୟା ଦୂର କରାଯିବl ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀl ମନ୍ତ୍ରୀ ଆଜି ପୁରୀ ଗ୍ରସ୍ତରେ ଯାଇଥିବା ବେଳେ ସୂଚନା ଦେଇ କହିଛନ୍ତି, "ପୁରୀର ଜମି ସମସ୍ୟା ନେଇ ସମସ୍ତ ବିଭାଗ ସହ ଆଲୋଚନା କରାଯାଇଛି l ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି"l
ଓଡିଶା ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ପାଇଁ ଆଜି ସନ୍ଧ୍ୟା ୫ଟାରେ ସଚିବାଳୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି l ଅନେକ ଆଇନକୁ ଏଥିରେ ସଂଶୋଧନ କରାଯାଉଛି l ଏହି ନୂତନ ଆଇନ ବହୁ ପୁରୁଣା ରାଜସ୍ୱ ଆଇନକୁ ବଦଳାଇବ, ଯାହା ଫଳରେ ନାଗରିକମାନେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଜମି ରେକର୍ଡ ଏବଂ ମ୍ୟୁଟେସନ ପରିଚାଳନା କରିପାରିବେ। ତେବେ ଏହି ଆକ୍ଟରେ ସମସ୍ତ ଆଇନକୁ ସିଙ୍ଗଲ window ବ୍ୟବସ୍ଥାରେ ପରିଣତ କରାଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।