ଆସାମ: UKGରେ ପଢୁଥିବା ପୁଅର ମାର୍କସିଟ୍ ଦେଖି ବାପାକୁ ହାର୍ଟଆଟାକ୍ ଆସିଛି। କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ। ଆସାମରୁ ସାମ୍ନାକୁ ଆସିଛି ଏହି ଘଟଣା। ଖବର ଅନୁସାରେ, ଗତ ଗୁରୁବାର ଦିନ ୩୫ ବର୍ଷୀୟ ଦିପଙ୍କର ବଦ୍ରୋଲୋଇ ନାମକ ବ୍ୟକ୍ତି ଜଣକ କାମରୁ ଛୁଟି ନେଇ ପୁଅର ସ୍କୁଲକୁ ମିଟିଂ ପାଇଁ ଯାଇଥିଲେ। ତେବେ ସେ ପୁଅର ରେଜଲ୍ଟ ଆଣି ଫେରୁଥିବା ବେଳେ ସ୍କୁଲରେ ହିଁ ଟଳି ପଡିଥିଲେ। ତେବେ ଏହି ଘଟଣା ଜାନୁଆରୀ ୧୫ ତାରିଖର ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ସ୍କୁଲ ପରିସରରେ ଲାଗିଥିବା ସିସିଟିଭି ଫୁଟେଜରେ ହାର୍ଟଆଟାକ୍ ବେଳର ସମ୍ପୂର୍ଣ୍ଣ ଭିଡିଓ ରହିଛି। ସ୍କୁଲକୁ ମିଟିଂ ପାଇଁ ଯାଇ ସେଠାରୁ ସେ ପୁଅର ରିପୋର୍ଟ କାର୍ଡ କର୍ତ୍ତୃପକ୍ଷଙ୍କ ଠାରୁ ସଂଗ୍ରହ କରିଥିଲେ। ଏହାକୁ ଧରି ସେ ସ୍କୁଲ ପରିସରରୁ ବାହାରୁଥିବା ବେଳେ ହଠାତ୍ ବିଗିଡି ଯାଇଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା। ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଦୀପକଙ୍କର। ସେ ସ୍କୁଲ ପରିସରରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ଦୀପଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର।
ସେପଟେ ଦୀପଙ୍କର ମୃତ୍ୟୁରେ ତାଙ୍କ ପରିବାର ଲୋକଙ୍କ ସମେତ ପୂରା ସ୍କୁଲର ଶିକ୍ଷକ, ଅନ୍ୟ ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କୁ ସ୍ତବ୍ଧ କରି ଦେଇଛି। ଦୀପଙ୍କର ଆସାମ ସରକାରଙ୍କ ଜଳ ସେଚନ ବିଭାଗରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭାବେ କାମ କରୁଥିଲେ। ତାଙ୍କ ପତ୍ନୀ ଜଣେ ଗୃହିଣୀ। ପରିବାର ଲୋକଙ୍କ କହିବା କଥା ଯେ ଦୀପଙ୍କର ପୂରା ଫିଟ ରହିଥିଲେ। ପୂର୍ବରୁ ତାଙ୍କର କୌଣସି ରୋଗ ମଧ୍ୟ ନଥିଲା। ତଥାପି ତାଙ୍କର ହୃଦଘାତରେ ମୃତ୍ୟୁ ହେବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
ଅଧିକ ପଢନ୍ତୁ: ଭାରତ ମୋର ଘର, କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ; ନିଜ ବୟାନ ଉପରେ ସଫେଇ ଦେଲେ ଏଆର ରେହମାନ