ଛତିଶଗଡ: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଵିଜାପୁରରେ ପୁଲିସ ଓ ଯବାନଙ୍କୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଧରଣର ଏନକାଉଣ୍ଟରରେ ୬ ମାଓବାଦୀ ନିପାତ ହୋଇଛନ୍ତି। ଵିଜାପୁର ଜିଲ୍ଲା ନେସନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟରରେ ୪ ମହିଳା ମାଓବାଦୀ ସମେତ ୬ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି।
ଏନକାଉଣ୍ଟରରେ ମୃତ ମାଓବାଦୀ ହେଲା ନେସନାଲ ପାର୍କ ଏରିଆ କମ୍ମିଟି କମାଣ୍ଡର ମାଓ ନେତା ଦିଲିପ ଭେଡ଼ଜା। ତା ମୁଣ୍ଡରେ ଥିଲା ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି। ସେହିପରି ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା ACM କ୍ୟାଡ଼ର ମାଓବାଦୀ ମାଡ଼ବୀ କୋଷା ଉପରେ। ଏବେବି ସୁରକ୍ଷାକର୍ମୀ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି। ସୀମାନ୍ତ ଅଞ୍ଚଳକୁ ସିଲ କରାଯାଇଛି। STF, DRG, CRPF ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏଥିସହ ଏହି ଅପରେସନରେ୨ଟି ଲେଖାଏଁ AK-47, ୩୦୩ ରାଇଫଲ ଓ ଗୋଟିଏ ଇନସାସ୍ ଜବତ ହୋଇଛି।
ଅଧିକ ପଢନ୍ତୁ: ବିଜାପୁରରେ ସୁରକ୍ଷା କର୍ମୀଙ୍କ ବଡ଼ ସଫଳତା,ଏନକାଉଣ୍ଟରରେ ଟଳିଲେ ୨ ନକ୍ସଲ, AK47 ରାଇଫଲ ସହ ବିପୁଳ ମାଓ ଅସ୍ତ୍ର ଜବତ