ପୁରୀ: ବେଧଡ଼କ ଜୁଆ ଖେଳ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ। ପୁରୀର ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାର ଠାରେ ଚାଲିଥିଲା ଜୁଆଖେଳ। ଖବର ପାଇ ଚଢାଉ କରିଥିଲା ପୁରୀ ପୋଲିସ। ଏହି ଚଢାଉରେ ପୋଲିସ ୧୬ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୨୩ ହଜାର ୫ ଶହ ଟଙ୍କା ଜବତ କରିଛି। ଏଥିସହିତ ୨ ଟି ପ୍ଲେଇଁ କାର୍ଡ, ୧୫ ଟି ମୋବାଇଲ ଫୋନ୍ ସହିତ ୮ ଟି ମୋଟର ସାଇକେଲ ଜବତ କରିଛି ପୋଲିସ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶ୍ରୀସେତୁ ନିକଟ ଜଳଭଣ୍ଡାର ଠାରେ ଅଭିଯୁକ୍ତ ମାନେ ଜୁଆ ଖେଳୁଥିବା ବେଳେ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା। ସଦର ଥାନା ଆଇଆଇସି ଏବଂ ତାଙ୍କ ଟିମ୍ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ତେବେ ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ସ୍ୱତନ୍ତ୍ର ଅଭିଯାନ ଅପରେସନ ଚକ୍ର ଜାରି ରହିଥିବା ବେଳେ ଆଗକୁ ମଧ୍ୟ ନିଶା କାରବାର, ଜୁଆ ଖେଳ, ଅପରାଧୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ ରବିନାରାୟଣ ଭଞ୍ଜ।
ଅଧିକ ପଢନ୍ତୁ: ଗୋ-ମାଫିଆଙ୍କୁ ଆଉ ନିସ୍ତାର ନାହିଁ: ଖୋଲିବ ୫୦ ବ୍ୟାଙ୍କ ଆକାଉଣ୍ଟ, ୨୦ ଲକର୍