ନୂଆଦିଲ୍ଲୀ: ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଥିବା ୭୭ତମ ସାଧାରଣତନ୍ତ୍ର ଦିବସ ପରେଡରେ ୧୦ ହଜାରରୁ ଉର୍ଦ୍ଧ୍ୱ ଅତିଥି ସାମିଲ ହେବେ । ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କୁ କର୍ତ୍ତବ୍ୟ ପଥରେ ସାଧାରଣତନ୍ତ୍ର ଦିବସର ଭବ୍ୟ ସମାରୋହରେ ସାକ୍ଷୀ ରହିବେ । କ୍ରୀଡ଼ା, କୃଷି, ଷ୍ଟାଟ-ଅପ୍, ଏସଏଚଜି ଗ୍ରୁପର ସଦସ୍ୟାମାନେ ଯୋଗ ଦେବେ । ବିଶ୍ୱ ପାରା ଆଥେଲେଟିକ୍ ଚାମ୍ପିଅନ୍ସର ବିଜେତା, ପଲ୍ସେସ୍ ସେଲ୍ଫ-ରିଲିଆନ୍ସ ମିସନର ଭଲ ପ୍ରଦର୍ଶନ କରିଥିବା ବ୍ୟକ୍ତି, ପିଏମ୍ ସ୍ମାଇଲ୍ ଯୋଜାନରେ ଉପକୃତ ହୋଇଥିବା କିନ୍ନର ଏବଂ ଭିକ୍ଷୁକ, ଧରତୀ ଅବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ହିତାଧିକାରୀ, କର୍ତ୍ତବ୍ୟ ଭବନର ନିର୍ମାଣ କର୍ମଚାରୀ, ମନ କୀ ବାତ ଅଂଶଗ୍ରହଣକାରୀ, ଲକ୍ଷପତି ଦିଦିମାନେ ସାମିଲ ହେବେ ।