ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ରବିବାର ଆଗାମୀ ପିଢିକୁ ଦାୟିତ୍ୱ ଦେବା ପାଇଁ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି, ଯେବେ ସବୁ ଜିନିଷ ସୂଚାରୁ ଭାବେ ଚାଲୁଛି ତେବେ ପୁରୁଣା ପିଢିକୁ ପଛକୁ ହଟିଯିବା ଉଚିତ୍ । ନାଗପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଡକରୀ ଏହା କହିଛନ୍ତି । ବିଦର୍ଭ ବିଶେଷ କରି ଅଦୌଗିକି ମହୋତ୍ସବର ଆୟୋଜନ ଆସୋସିଏସନ ଫର ଇଣ୍ଡଷ୍ଟ୍ରିୟାଲ ଫର ଡେଭଲପମେଣ୍ଟ(ଏଆଇଡି)ର ଅଧ୍ୟକ୍ଷ ଆଶିଷ କାଲେ ଦ୍ୱାରା କରାଯାଇଥିଲା ।
ଗଡକରୀ କହିଛନ୍ତି, ମୋର କହିବା କଥା ଧିରେ ଧିରେ ପିଢିରେ ପରିବର୍ତ୍ତନ ଆସିବା ଉଚିତ୍ । ଆଶିଷଙ୍କ ପିତା ମୋର ମିତ୍ର । ଏବେ ଆମେ ଧିରେ ଧିରେ ଅବସର ନେଇଯିବା ଉଚିତ୍ । ଦାୟିତ୍ୱ ନୂଆ ପିଢିକୁ ଦେଇ ଦେବା ଉଚିତ୍ । ଯେବେ ଏହି ବ୍ୟବସ୍ଥା ସୂଚାରୁ ଭାବେ ଚାଲିବାରେ ଲାଗିବ, ତେବେ ଆମକୁ ଅବସର ନେଇ ଅଲଗା କିଛି କାମ କରିବା ଉଚିତ୍ ।
ଏଆଇଡିର ମୁଖ୍ୟ ମାର୍ଗଦର୍ଶକ ଗଡକରୀ କହିଛନ୍ତି, ବିଦର୍ଭ କ୍ଷେତ୍ରରେ ଅନେକ ଯୁବ ଉଦ୍ୟମୀ ଅଛନ୍ତି । କୌଣସି ବି କ୍ଷେତ୍ରର ବିକାଶ ପାଇଁ ଅଦୌଗିକି କ୍ଷେତ୍ର, କୃଷି ଓ ସମ୍ବନ୍ଧିତ କ୍ଷେତ୍ରର ମହତ୍ୱ ଉପରେ ଜୋର ଦେଇଛନ୍ତି । ଆଡଭାଟେଞ୍ଜ ବିଦର୍ଭ ଏକ୍ସପୋରେ କପଡା, ପ୍ଲାଷ୍ଟିକ, ଖଣିଜ, କୋଇଲା, ବିମାନ, ଲଜିଷ୍ଟିକ, ଆଇଟି, ସ୍ୱାସ୍ଥ୍ୟ ସେବା, ଫାର୍ମାସ୍ୟୁଟିକଲ୍ସ, ପ୍ରତିରକ୍ଷା, ରିୟଲ ଇଷ୍ଟେଟ, ନବୀକରଣ ଉର୍ଜା ଓ ଷ୍ଟାର୍ଟଅପ ପରି କ୍ଷେତ୍ର ଉଦୌଗୀଙ୍କ ଭାଗିଦାରୀ ହୋଇଥାନ୍ତା ।
Also read: ଇରାନରେ ହିଂସାତ୍ମକ ପ୍ରତିବାଦ ଯୋଗୁଁ ପ୍ରାଣ ହରାଇଛନ୍ତି ୫,୦୦୦ରୁ ଅଧିକ ଲୋକ?