ନୂଆଦିଲ୍ଲୀ: ଲଦାଖର ଲେହରେ ସୋମବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟଟ ସ୍କେଲରେ ଏହାର ତୀବ୍ରତା ୫.୭ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୭୧ କିମି ତଳେ ରହିଛି । ଭୂକମ୍ପର ଝଟକା ଲଦାଖର ବାହାର କାଶ୍ମୀରରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପର ଝଟକା ତାଜିକିସ୍ତାନ ମଧ୍ୟରେ ଅନୁଭୁତ ହୋଇଛି ।
ଭୂକମ୍ପର ଝଟକା ପୂର୍ବାହ୍ନ ୧୧ଟା ୫୧ ମିନିଟରେ ଅନୁଭୂତ ହୋଇଥିଲା । ଆଶ୍ୱସ୍ତିକର ଖବର ଏହା ଯେ, ଭୂକମ୍ପ କାରଣରୁ କୌଣସି ଜନଜୀବନ ହାନୀ ଘଟିଛି । ସୋମବାର ରାଜଧାନୀ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ରେକର୍ଡ କରାଯାଇଛି । ଏନସିଏସର କହିବା କଥା ଭୂକମ୍ପର କେନ୍ଦ୍ର ଉତ୍ତର ଦିଲ୍ଲୀରେ ରହିଥିଲା । ରାଜଧାନୀରେ ସକାଳ ୮ଟା ୪୪ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଝଟକା ହରିୟାଣାର ସୋନିପତରେ ମଧ୍ୟ ଅନୁଭୂତ ହୋଇଛି ।
ବିଶେଷଜ୍ଞଙ୍କ ମତରେ, ଦିଲ୍ଲୀ ଏକ ଭୂମିକମ୍ପପ୍ରବଣ ଅଞ୍ଚଳରେ ଅବସ୍ଥିତ ଏବଂ ଏହା ଉଚ୍ଚ-ବିପଦପୂର୍ଣ୍ଣ ଭୂକମ୍ପୀୟ ଜୋନ୍ ୪ ରେ ଅନ୍ତର୍ଭୁକ୍ତ। ଭୂକମ୍ପବିଜ୍ଞାନୀମାନେ କହିଛନ୍ତି ଯେ ୨.୮ ତୀବ୍ରତାର ଭୂମିକମ୍ପ ସାଧାରଣତଃ କୌଣସି କ୍ଷତି କରିବାର ଆଶା କରାଯାଏ ନାହିଁ। ଭୂମିକମ୍ପ ପରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ସ୍ଥାନୀୟ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି।
Also read: ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍, ଭୟରେ ସ୍ଥାନୀୟ ବାସିନ୍ଦା