କଟକ: କଟକ ସିଡିଏ ଏକ ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଛି । ଗେଲ୍ ଇଣ୍ଡିଆର ପାଇପ୍ ଲାଇନ୍ ଫାଟିବା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଏବଂ ଗେଲ୍ ଇଣ୍ଡିଆ କର୍ମଚାରୀ ପହଁଚି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଜାରି ରଖିଛନ୍ତି ।
ଆଜି ସକାଳରେ ସେକ୍ଟ-୧୦ରେ ରାସ୍ତା କାମ ଚାଲୁଥିବାବେଳେ ମାଟି ତଳେ ଗେଲ୍ ଇଣ୍ଡିଆ କମ୍ପାନୀର ଯାଇଥିବା ଏକ ଗ୍ୟାସ୍ ପାଇପ୍ ଫାଟିଥିଲା । ଜେସିବି ମେସିନ୍ ଦ୍ୱାରା ମାଟି ଖୋଳାଯାଉଥିବାବେଳେ ପାଇପ୍ ଫାଟିଥିବା କୁହାଯାଉଛି । ଫଳରେ ୫୦ ଫୁଟ ଉଚ୍ଚରେ ଗ୍ୟାସ୍ ବାହାରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଏବଂ ଗେଲ୍ ଇଣ୍ଡିଆ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଁଚି ମରାମତି କାମ ଆରମ୍ଭ କରିଛନ୍ତି ।
ଅନ୍ୟପକ୍ଷରେ ରାସ୍ତା କାମ ପାଇଁ କୌଣସି ଅନୁମତି ନିଆ ଯାଇନଥିଲା ବୋଲି ତୈଳ କମ୍ପାନୀ କହିଛନ୍ତି । ସ୍ଥାନୀୟ ଲୋକେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ନିକଟରେ ଏକ ପେଟ୍ରୋଲ୍ ପମ୍ପ୍ ରହିଛି ।