ବାଲୁଗାଁ : ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା। ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଡଲଫିନ୍ ଗଣନା ଚାଲିବ। ଡଲଫିନ୍ ଗଣନା ପାଇଁ ୧୮ଟି ସ୍ୱତନ୍ତ୍ର ଟିମ ଗଠନ ହେଲା। ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ। ତେବେ ଡଲଫିନ୍ ଗଣନା ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ରଖିବା ନେଇ ଚିଲିକାର ସମସ୍ତ ବୋଟ୍ ଆସୋସିଏସନ୍କୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଳାନ ନାୟକ କହିଛନ୍ତି। ସକାଳ ୬ ରୁ ଅପରାହ୍ନ ୧ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା,ରମ୍ଭା,ବାଲୁଗାଁ,ଟାଙ୍ଗୀ ଏବଂ ଚିଲିକା ୫ ଟି ରେଞ୍ଜରେ ୨୨ ଗୋଟି ଟିମ ଜଳ ଭାଗରେ ୨୦ଟି ଓ ସ୍ଥଳ ଭାଗରେ ୨ ଟି ପକ୍ଷୀ ଗଣନାରେ ନିୟୋଜିତ ରହିବେ। ଗଣନା କାର୍ଯ୍ୟରେ ପକ୍ଷୀ ସୂଚନା ସମ୍ବଧୀୟ ମାନଚିତ୍ର,ଜିପିଏସ,ବାଇନାକୁଲାର,ସ୍ପୋଟିଂ ସ୍କୋପ,ୱାକିଟକି,ନୋଟ ବୁକ ବ୍ୟବହାର କରାଯିବ। ଏହି ଗଣନା କାର୍ଯ୍ୟରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟି,ଓଡିଶା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ,ଓୟୁଏଟି ଛାତ୍ରଛାତ୍ରୀ,ପକ୍ଷୀ ବିଶେଷଜ୍ଞ,ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହେବେ ବୋଲି ସୂଚନା ମିଳିଛି।
ଗଣନା ସମୟରେ ଚିଲିକାରେ ମତ୍ସ୍ୟଜୀବି ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ ନିଷେଦ୍ଧ କରାଯାଇଥିବା ବେଳେ ଶନିବାର ଦିନ ପକ୍ଷୀ ଗଣନାକାରୀଙ୍କୁ ବଡକୁଳ ସ୍ଥିତ ଆର୍ଦ୍ରଭୂମି ଅନୁସନ୍ଧାନ ଓ ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରାଯିବାଉକ୍ତ ତାଲିମରେ ୧୩୦ ରୁ ଉର୍ଦ୍ଧ୍ୱ ଷୀ ଗଣନାକାରୀ ସାମିଲ ହେବା ନେଇ ଡ଼ିଏଫଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଏଥିସହିତ ସ୍ଥାନୀୟ ମସ୍ୟଜିବୀ ଓ ବିଭିନ୍ନ ଡଙ୍ଗା ଚାଳକ ସଂଘ ମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ପଢନ୍ତୁ : ଚିଲିକାରେ ବଢ଼ିଲା ପକ୍ଷୀ ସଂଖ୍ୟା, ଆସିଛନ୍ତି ୪ ହଜାରରୁ ଅଧିକ ବିଦେଶୀ ପକ୍ଷୀ