ସମ୍ବଲପୁର: ସମ୍ବଲପୁର ବୁର୍ଲା କିର୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଶିକ୍ଷୟିତ୍ରୀ ମାରିପିଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ କରଯାଇଛି । ଧନକଉଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଉଭୟଙ୍କୁ ନିଲମ୍ବିତ କରିଛନ୍ତି ବିଇଓ ।
ଗତ ଶୁକ୍ରବାର ଦିନ, କିର୍ବା ଅପର୍ ପ୍ରାଇମେରୀ ବିଦ୍ୟାଳୟର ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ପ୍ରଥମେ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କୌଣସି କଥା ନେଇ ମତାନ୍ତର ଏବଂ ବଚସା ହୋଇଥିଲା । ଏହା ପରେ ବଚସା ଉଗ୍ରରୂପ ନେଇଥିଲା ଏବଂ ହାତାହାତି ଯାଏଁ କଥା ଯାଇଥିଲା । ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । ଏହି ମାରପିଟ୍ ଦୃଶ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଚାଲିଥିଲା । ଏପିରିକି ଉଭୟ ନିଜ ମୋବାଇଲ୍ ପିଲାଙ୍କୁ ଦେଇ ଭିଡ଼ିଓ କରିବାକୁ ମଧ୍ୟ କହିଥିଲେ । ଏଭି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଖବର ମିଳିବା ପରେ ମଣ୍ଡଳ ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।