ପାଚେରୀ ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା । ଛୁଆଟିର ସାରା ଶରୀରରେ ଚଢ଼ିଯାଇଥିଲା ପିମ୍ପୁଡ଼ି । ତାକୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ , ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡୋକୋଟା ଗ୍ରାମର ଦିଲ୍ଲୀପ ସାହୁଙ୍କ ଘର ପଛପଟ ପାଚେରୀ ନିକଟରୁ ଶିଶୁଟି ଉଦ୍ଧାର ହୋଇଛି । ଆଜି ସକାଳେ ଘର ପାଚେରୀ ନିକଟରୁ ଛୁଆଟିର କାନ୍ଦ ସ୍ଥାନୀୟ ଗ୍ରାମବାସୀମାନେ ଶୁଣିବାକୁ ପାଇଥିଲେ । ସେଠାରେ ପହଞ୍ଚି ଦେଖିବାକୁ ପାଇଲେ ଯେ ,ପାଚେରୀ ନିକଟରେ ଏକ ନବଜାତ ଶିଶୁ କନ୍ୟା ଅଛି । ତାକୁ ସେଠାରୁ ଉଦ୍ଧାର କରିଥିଲେ । ଶିଶୁଟିର ସାରା ଶରୀରରେ ପିମ୍ପୁଡ଼ି ଚଢ଼ିଯାଇଥିଲେ । ସେଥିପାଇଁ ତାକୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଙ୍କ କହିବା ଅନୁଯାୟୀ , ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଏବେ ଠିକ ଅଛି । କିନ୍ତୁ କିଏ ଓ କାହିଁକି ଶିଶୁଟିକୁ ସେଠାରେ ଛାଡ଼ି ଦେଇକି ଯାଇଛି ସେ କଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାର ଅଧିକ ତଦନ୍ତ ଚାଲିଛି ।
ଆଗକୁ ପଢନ୍ତୁ :- ଭୁବନେଶ୍ୱର ସ୍ଥିତ ରାଜା ମଧୁସୂଦନ ଡିଗ୍ରୀ କଲେଜ ପ୍ରାଙ୍ଗଣରେ ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ 57ତମ ଯୋଗ ସମାବେଶ ପାଳନ