ରବିବାର ଭୁବନେଶ୍ୱର ସ୍ଥିତ ରାଜା ମଧୁସୂଦନ ଡିଗ୍ରୀ କଲେଜ ପ୍ରାଙ୍ଗଣରେ ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ 57ତମ ଯୋଗ ସମାବେଶ ପାଳନ କରାଯାଇଛି । ଏହି ଅବସରରେ ଭାରତୀୟ ଯୋଗ ସଂସ୍ଥାନ ଓଡିଶା ପ୍ରାନ୍ତର ମୁଖ୍ୟ ସୁରେଶ କୁମାର ମହାପାତ୍ର ଏହାକୁ ଆୟୋଜନ କରିଛନ୍ତି । 1967 ମସିହାରୁ ଏହି ଯୋଗ ସମାବେଶ ସ୍ଥାନ ଦ୍ୱାରା ପାଳନ ହୋଇଆସୁଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୀ ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ କୁଳପତି ଡ଼କ୍ଟର ପ୍ରଫେସସର ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ ମହୋଦୟ ଶ୍ରୀମଦ ଭାଗବତ ଗୀତ ସହିତ ଯୋଗର ସମ୍ପର୍କ ବିଷୟରେ ଉପସ୍ଥାପନା କରିଥିଲେ । ଏଥିସହ ଏହି କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ପ୍ରମୁଖ ଡ଼କ୍ଟର ପି. ନାଗେଶ୍ୱର ରାଓ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ସମସ୍ତ ଅତିଥି ବୃନ୍ଦ ଯୋଗାଭ୍ୟାସ ଦ୍ୱାରା କିପରି ନିରୋଗ ରହି ପାରିବା ସେ ବିଷୟରେ ବୁଝାଇଥିଲେ ।
ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ଅକ୍ଷୟ କୁମାର ସ୍ଵାଇଁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ପ୍ରାନ୍ତ ମନ୍ତ୍ରୀ ଶ୍ରୀ ମୁରଲୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ l ଓଡିଶାର ବିଭିନ୍ନ ନିଶୁଳ୍କ ଯୋଗ କେନ୍ଦ୍ରରୁ ପ୍ରାୟ ଏକ ହଜାରରୁ ଅଧିକ ସାଧକ ସାଧିକା ଯୋଗଦାନ କରି ବିଭିନ୍ନ ପ୍ରକାରର ଯୋଗାସନ ଓ ପ୍ରାଣାୟମ ସହିତ ଧ୍ୟାନ ଅଭ୍ୟାସ କରିଥିଲେ ଏବଂ ମଞ୍ଚାସୀନ ଥିବା ସମସ୍ତ ପ୍ରାନ୍ତ ଅଧିକାରୀ ଏଗୁଡ଼ିକୁ ଅଭ୍ୟାସ କରାଇ ଥିଲେ l ଶେଷରେ ସାମୁହିକ ପ୍ରାର୍ଥନା ଓ ଶାନ୍ତିପାଠ ସହିତ ପ୍ରସାଦ ସେବନ କରାଯାଇ ଉତ୍ସବକୁ ପରିସମାପ୍ତି କରାଯାଇଥିଲା।
ଯୋଗ କଲେ ଆମର ମନ ,ଶରୀର ସୁସ୍ଥ ରହିବା ସହ ଆମେ ନିରୋଗ ରହିବ । ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରହିଛି ଯେ ଏହି କାର୍ଯ୍ୟକ୍ରମ କୁ ସାରା ଓଡିଶା ରେ ପରିବ୍ୟାପ୍ତ କରିବା ଓ ଯୋଗର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ।