କଟକରେ ଲଜ୍ଜା ଦିନକୁ ଦିନ ନାରୀ ନିର୍ଯାତନା ତଥା ଦୁଷ୍କର୍ମ ପରି ଅପରାଧ ବଢ଼ିବାରେ ଲାଗିଛି। କଟକ ସହରରେ ଗୋଟିଏ ଆଶ୍ରମରେ ରହୁଥିବା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତେବେ ୨୯ ତାରିଖ ଦିନ ସ୍କୁଲ ଫେରିବା ବାଟରେ ଠିକ ୪ଟା ସମୟ ବେଳେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ଅଭିଯୋଗ ପାଇବା ପରେ କଟକ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତ ବାବଦରେ ପୋଲିସକୁ ପ୍ରାଥମିକ ଭାବେ କୌଣସି ସୂଚନା ମିଳି ପାରିନାହିଁ।
ସୂଚନା ମୁତାବକ , ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ବୟସ ମାତ୍ର ୧୦ ରୁ ୧୧ ବର୍ଷ। ଏହାସହିତ ନାବାଳିକାଟି ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲା। ତେବେ ନାବାଳିକାର ମା'ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କୌଣସି ଏକ ମାମଲାରେ ବାପା ଗିରଫ ହୋଇ ଜେଲରେ ଅଛନ୍ତି। ଏଥିପାଇଁ ନାବାଳିକା ଜଣଙ୍କ ନିଜ ବଡ ଭାଇ ସହିତ ଏକ ଆଶ୍ରମରେ ରହୁଥିଲେ। ପ୍ରତିଦିନ ନାବାଳିକା ଜଣଙ୍କ ସ୍କୁଲ ଯିବା ଆସିବା କରୁଥିଲେ। ତେବେ ଜାନୁଆରୀ ୨୯ ତାରିଖ ଦିନ ନାବାଳିକା ସ୍କୁଲରୁ ଫେରିବା ସମୟରେ ତାଙ୍କୁ କେହି ଜଣେ ଦୁଷ୍କର୍ମ କରିଥିଲା। ଏହାପରେ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଂଗେ ସଂଗେ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ ନାବାଳିକାଙ୍କ ସହିତ ଏହିପରି ଅମାନୁଷିକ କାଣ୍ଡ ଘଟିଥିବା ନେଇ ପୀଡ଼ିତାଙ୍କ ବଡ ଭାଇ ପୋଲିସ ନିକଟରେ ଅଭିଯୋଗ କାଟ୍ରିଥିଲେ। ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛି ଜି.ଆର.ପି ଥାନା ପୋଲିସ । ଏହି ମାମଲାକୁ ନେଇ ରେଳବାଇ ଡି.ଏସ.ପିଙ୍କ ତତ୍ୱାବଧାନରେ ୪ ଜଣିଆ ଟିମ ଗଠନ କରାଯାଇଛି। ଏହାସହିତ ଯେଉଁ ସ୍ଥାନରେ ଏହି ଅମାନୁଷିକ କାଣ୍ଡ ଘଟିଥିଲା ତାହାକୁ ଚିହ୍ନଟ କରାଯାଇଛି। ଏହାସହିତ ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି କହିଛନ୍ତି ଏସପି ବିରଞ୍ଜି ପ୍ରସାଦ ଦେହୁରୀ।
ଅଧିକ ପଢନ୍ତୁ ; ପାରିବାରିକ କଳହରୁ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ଆହତ