ପୁରୀ : ସବୁ ବର୍ଷ ଭଳି ଚଳିତ ବର୍ଷ ବଡଦିନ ପାଇଁ ପୁରୀ ଲାଇଟ ହାଉସ ନିକଟସ୍ଥ ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ୟୁରୋ୍ପିୟାନ ଢାଞ୍ଚାର ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି। ଭାରତର ଏହା ଏକମାତ୍ର ବାଲୁକା କଳା ପାର୍କ ଯେଉଁଥିରେ ସମସ୍ତେ ନିଃଶୁଳ୍କ ବର୍ଷ ବର୍ଷ ଧରି ଅତି ନିଖୁଣ ବାଲୁକା କଳା ମାନ ଦେଖିପାରିବେ। ଏଥିରେ ବିଭିନ୍ନ ଥିମ କୁ ନେଇ ବାଲୁକା କଳା ମାନ କରାଯାଇଛି। ପ୍ରଥମ ବାଲୁକା କଳାରେ ବଡ଼ଦିନ ଉପଲକ୍ଷେ ମଦର୍ ମେରି ଏବଂ ପ୍ରଭୁ ଯୀଶୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଯାହା world peace ର ବାର୍ତ୍ତା ଦେଉଛି।
ଦ୍ୱିତୀୟ ବାଲୁକା କଳାରେ ବାଲୁକାଶିଳ୍ପୀ ମାନସ ସାହୁ ପ୍ରକୃତି ସୁରକ୍ଷା ଭିତ୍ତିକ ବାଲୁକା କଳା ନିର୍ମାଣ କରି SAVE Environment ର ବାର୍ତ୍ତା ଦେଇ ଏକ ସୁନ୍ଦର ପ୍ରକୃତି ରାଣୀ ଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ପରିବେଶକୁ ସୁରକ୍ଷା ପ୍ରଦାନ କରିବା ଆମ ସମସ୍ତଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ ପରିବେଶ ସୁରକ୍ଷା ରହିଲେ ଜନ ଜୀବନ ସାରା ସଂସାର ସୁନ୍ଦର ପରିବେଶ ରେ ଜୀବନ ଯାପନ କରିପାରିବ। ତେଣୁ ପରିବେଶକୁ ନଷ୍ଟ ନ କରି ପରିବେଶ କୁ ବଞ୍ଚାନ୍ତୁ ଏବଂ ଭବିଷ୍ୟତ କୁ ସୁଦୃଢ କରନ୍ତୁ ର ବାର୍ତ୍ତା ଦିଆଯାଇଛି ଏବଂ ତୃତୀୟ ବାଲୁକା କଳାଟି ସମୁଦ୍ର ରାଜା ଙ୍କ ଚିତ୍ରଣ କରାଯାଇଛି। ସମୁଦ୍ର କୁ ସୁରକ୍ଷିତ ରଖିବା ଆମ ଜୀବନର ମୂଳ ମନ୍ତ୍ର ହେବା ଦରକାର। ସମୁଦ୍ରରେ ବସ ବାସ କରୁଥିବା ସମସ୍ତ ସମୁଦ୍ର ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେ ଯତ୍ନବାନ ହେବା ଦରକାର। ସେ ଏହି ବାଲୁକା କଳା ମାଧ୍ୟ୍ୟମରେ ରେ Save Ocean ର ବାର୍ତ୍ତା ଦେଇଛନ୍ତି ।