ବଲାଙ୍ଗୀର : ପ୍ରିନ୍ସିପାଲଙ୍କୁ ବିରୋଧ କରି କଲେଜରେ ପଡିଲା ତାଲା । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗାଁରେ ଥିବା ବୀଣାପାଣି ମହାବିଦ୍ୟାଳୟରେ ଦୁର୍ନୀତି ସହ ଯୁକ୍ତ ୩ ପ୍ରିନ୍ସପାଲକୁ ତୁରନ୍ତ ବଦଳି ଦାବିରେ ଆଜି କଲେଜଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ କଲେଜ କର୍ମଚାରୀ । ଫଳରେ କଲେଜରେ ପାଠ ପଢା ବନ୍ଦ ରହିଛି । ଯୁକ୍ତ ୩ ର ପ୍ରିନ୍ସପାଲ ମମତା ଥନାପତି ଜାଣିଶୁଣି ଛାତ୍ରଛାତ୍ରୀ ମାନଙ୍କୁ ହଇରାଣ କରିବା ସହ କର୍ମଚାରୀ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଯାହାକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ମଙ୍ଗଳବାର ଗେଟରେ ତାଲା ମାରି ଆନ୍ଦୋଳନ କରିଛନ୍ତି । ଯାହା ଅଭିଯୋଗ ରହିଛି ମମତାଙ୍କ ସ୍ୱାମୀ ଦେବାର୍ଚ୍ଚନ ନାଗ ମଧ୍ୟ ବୀଣାପାଣି ଯୁକ୍ତ ୨ କଲେଜର ଅଧ୍ୟକ୍ଷ ଥିବାରୁ ଦୁହେଁ ମିଶିକି ବିଭିନ୍ନ ପ୍ରକାରର ଦୁର୍ନୀତି କାମରେ ଲିପ୍ତ ଥିବା ଅଭିଯୋଗ ହେଉଛି । ଘଟଣା ସ୍ଥଳରେ ତହସିଲଦାର ପହଁଚି ବୁଝାସୁଝା ପରେ ମଧ୍ୟ କିଛି ସୁଫଳ ମିଳି ନଥିବା ଦେଖିବାକୁ ମିଳିଛି।