ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ର ଆଜି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ବିଭାଗର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବାର ପ୍ରଥମ ଦିନରେ ସଚିବ ସଞ୍ଜୀବ କୁମାର ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରି ବିଭାଗର ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ଓ ପଛୁଆ ବର୍ଗର ଉନ୍ନତି ନିମନ୍ତ୍ର ଆଗାମୀ ଦିନରେ କାର୍ଯ୍ୟ ଖସଡ଼ା ଉପରେ ଆଲୋଚନା କରିଛନ୍ତି ।
୧୯୯୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ସଞ୍ଜୀବ କୁମାର ମିଶ୍ର ପୂର୍ବରୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ପଦ ପଦବୀରେ ରହି ନିଜ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଛନ୍ତି । ଶ୍ରୀ ମିଶ୍ର କେନ୍ଦ୍ରରେ ନ୍ୟାସନାଲ ରିକ୍ୟୁଟ୍ମେଣ୍ଟ ଏଜେନ୍ସିର ସଚିବ ତଥା ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ତାଙ୍କୁ କେନ୍ଦ୍ର ସରକାର ମୁକ୍ତ କରିଥିଲେ । ନିଯୁକ୍ତି ସମ୍ପର୍କୀୟ କ୍ୟାବିନେଟ୍ କମିଟି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ନଭେମ୍ବର ୧୨, ୨୦୨୪ରେ ଓଡ଼ିଶା କ୍ୟାଡରକୁ ଫେରିଥିଲେ ସଞ୍ଜୀବ କୁମାର । ପୂର୍ବରୁ ରାଜ୍ୟ ଅନୁସୂତିଚ ଜାତି ଓ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ବିଭାଗର ମୁଖ୍ୟ ଶାସନ ସଚିବ ପଦରେ ଥିବା ଆଇଏଏସ୍ ବିଷ୍ଣପଦ ସେଠୀଙ୍କୁ ବହିଷ୍କାର କରାଯିବା ପରେ ସଞ୍ଜୀବ କୁମାରଙ୍କୁ ରାଜ୍ୟ ସରକାର ଏହି ଦାୟିତ୍ୱ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବ୍ରିଜ ଆଣ୍ଡ ରୁଫ କଂପାନୀ ଜିଜିଏମ୍ଙ୍କ ସହ ଟଙ୍କା କାରବାର ମାମଲାରେ ଛନ୍ଦି ହୋଇପଡ଼ିଥିବା ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଦାୟିତ୍ଵରେ ଥିଲେ ବିଷ୍ଣୁପଦ ସେଠୀ। ଏଥିସହ ଏସଟି/ଏସସି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ଵ ମଧ୍ୟ ରହିଥିଲେ। ତାଙ୍କୁ ଏସବୁ ପଦରୁ ହଟାଇ ରାଜ୍ୟ ସରକାର ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଥିଲେ ।
ଅଡ଼ୁଆ ବଢିବାରେ ଲାଗିଛି।ଲାଞ୍ଚ କାରବାର ମାମଲାରେ ତାଙ୍କର ସଂପୃକ୍ତିକୁ ନେଇ ସ୍ପଷ୍ଟ ହୋଇ ନ ଥିଲେ ହେଁ ତାଙ୍କୁ ତିନୋଟି ବିଭାଗ ସଚିବ ପଦରୁ ହଟାଇଛନ୍ତି ରାଜ୍ୟ ସରକାର। ବିଷ୍ଣୁପଦଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତ କରାଯାଇଛି।