ଜୟପୁର: ରାଜସ୍ଥାନରେ ବିଗତ କିଛି ଦିନ ହେଲା ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଛି। କରୌଲି ଜିଲ୍ଲାରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୁରୁତର ଆହତଙ୍କୁ ଗଙ୍ଗାପୁର ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ସୂଚନା ଅନୁଯାୟୀ, କୁଡ଼ଗାଁ ଓ ସାଲେପୁର ନିକଟରେ କାର୍ ଓ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କମୃତ୍ୟୁ ଘଟିଛି। ଖବର ପାଇ ଥାନା ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କରୌଲି ଜିଲ୍ଲାପାଳ ନୀଳଭ ସକ୍ସେନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ଜ୍ୟୋତି ଉପାଧ୍ୟାୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପୁଲିସ କହିଛି ଯେ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ଏତେ ଜୋରରେ ହୋଇଥିଲା ଯେ କାର୍ ଖଣ୍ଡଖଣ୍ଡ ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ କାର୍ରେ ଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ପାଇ କୁଡ଼ଗାଁ ଥାନା ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, ଜୟପୁର-ଅଜମେର ରାଜପଥରେ ସୋମବାର ଏକ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ଟ୍ରକ୍ ସହ ବସ୍ ଧକ୍କା ହୋଇଥିଲା, ଯେଉଁଥିରେ ୧୦ ଜଣ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ସୱାଇ ମାନ ସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଡିସେମ୍ବର ୨୦ ତାରିଖରେ ଏହି ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଜୀବିତ ଦଗ୍ଧ ହୋଇଥିବା ମୃତକଙ୍କ ମଧ୍ୟରେ ଅନେକ ଲୋକ ଥିଲେ।
ଅଧିକ ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ଧରଣର ଏୟାର ଷ୍ଟ୍ରାଇକ୍