ଆଜି କଟକ-ଭୁବନେଶ୍ୱରରେ ଓମଫେଡ୍ କ୍ଷୀର ଯୋଗାଣ ବନ୍ଦ ହୋଇଥିଲା । କଟକ ନାରାଜ ଠାରେ ଥିବା ଓମ୍ଫେଡ ପ୍ଲାଣ୍ଟରେ କିଛି ସମୟ ପାଇଁ ଶ୍ରମିକ ଅଶାନ୍ତି ଦେଖା ଦେଇଥିଲା । ଠିକାରେ କାର୍ଯ୍ୟ କରୁଥିବା ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଓମ୍ଫେଡ ପ୍ଲାଣ୍ଟରୁ ଦୁଗ୍ଧ ଯୋଗାଣ ବାଧା ପ୍ରାପ୍ତ ହୋଇଥିଲା। ଏନେଇ ଖବର ପାଇ ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଆନ୍ଦୋଳନରୁ ଓହରି ଥିଲେ ଡ୍ରାଇଭର । ପ୍ଲାଣ୍ଟର ଦୁଗ୍ଧ ଯୋଗାଣ କାର୍ଯ୍ୟରେ ହେରଫେର ଅଭିଯୋଗ ପାଇ ବାରଙ୍ଗ ପୋଲିସ ଜଣେ ଡ୍ରାଇଭରଙ୍କୁ ଅଟକ ରଖିବାକୁ ନେଇ ପ୍ଲାଣ୍ଟର ଡ୍ରାଇଭର ମାନେ ଏହାର ପ୍ରତିବାଦ କରିଥିଲେ ।
ଆନ୍ଦୋଳନରତ ଡ୍ରାଇଭରଙ୍କ କହିବା ମୁତାବକ ଡ୍ରାଇଭରଙ୍କୁ ଜାଣିଶୁଣି ମାଲିକ ଫସାଇ ଦେଇଛନ୍ତି । ମାଲିକଙ୍କ ତତ୍ୱାବଧାନରେ କ୍ଷୀର ଗାଡ଼ିରେ ଲୋଡ୍ ହୁଏ । ତେଣୁ ଅଧିକ କ୍ଷୀର କେମିତି ଆସିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହା ସହିତ ଡ୍ରାଇଭରଙ୍କୁ ଟଙ୍କା ମାଗିଥିବା ସେମାନେ ଅଭିଯୋଗ କରିବା ସହିତ ଦେଢ଼ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି ବୋଲି କହିଛନ୍ତି । ସେଥିପାଇଁ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ଓ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ।