ନୂଆଦିଲ୍ଲୀ: ବହୁ କସରତ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରୀଡ଼ାସୂଚୀ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ତାରିଖରେ ସରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଫେବୃଆରୀ ୨୩ରେ ଖେଳାଯିବ। ହାଇବ୍ରିଡ ମଡେଲରେ ହେବାକୁ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ସବୁ ମ୍ୟାଚ୍ ୟୁଏଇର ଦବୁାଇରେ ଖେଳିବ।
ଉଦଘାଟନୀ ମ୍ୟାଚ୍ ଫେବୃଆରୀ ୧୯ରେ କରାଚିରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୯ରେ ଲାହୋରରେ ଖେଳା ଯିବ । ଯଦି ଭାରତୀୟ ଟିମ୍ ଫାଇନାଲ୍କୁ ଯାଏ, ତେବେ ଏହି ମ୍ୟାଚ୍ ଦୁବାଇରେ ଆୟୋଜିତ ହେବ । ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷରେ ଦୁବାଇରେ ଖେଳିବ । ଏହାପରେ ଫେବୃଆରୀ ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ।
କ୍ରୀଡ଼ାସୂଚୀ ଅନୁଯାୟୀ, ସବୁ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ରେ ଆରମ୍ଭ ହେବ। ଯଦି ଫାଇନାଲ୍ ମୁକାବିଲା ବର୍ଷାରେ ଧୋଇ ହୋଇଯାଏ, ସେଥିପାଇଁ ମାର୍ଚ୍ଚ ୧୦ ତାରିଖ ରିଜର୍ଭ ଡେ ରଖା ଯାଇଛି। ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳକୁ ନେଇ ମୋଟ୍ ୧୫ଟି ମ୍ୟାଚ୍ ଖେଳାଯିବ। ଗ୍ରୁପ ଏରେ ବାଂଲାଦେଶ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଥିବା ବେଳେ ଗ୍ରୁପ ବିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା।
ଚାମ୍ପିଅନ୍ସ ଟ୍ରଫି ସଂପୂର୍ଣ୍ଣ କ୍ରୀଡ଼ାସୂଚୀ
୧୯ ଫେବୃଆରୀ- ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, ନ୍ୟାସନାଲ୍ ଷ୍ଟାଡିୟମ୍ କରାଚି
୨୦ ଫେବୃଆରୀ- ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ- ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି
୨୨ ଫେବୃଆରୀ- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ- ପାକିସ୍ତାନ ବନାମ ଭାରତ, ଦୁବାଇ
୨୪ ଫେବୃଆରୀ- ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାଓ୍ବଲପିଣ୍ଡି
୨୫ ଫେବୃଆରୀ- ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାଓ୍ବଲପିଣ୍ଡି
୨୬ ଫେବୃଆରୀ- ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର
୨୭ ଫେବୃଆରୀ-ପାକିସ୍ତାନ ବନାମ ବାଂଲାଦେଶ, ରାଓ୍ବଲପିଣ୍ଡି
୨୮ ଫେବୃଆରୀ- ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର
୧ ମାର୍ଚ୍ଚ- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି
୨ ମାର୍ଚ୍ଚ-ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
ସେମିଫାଇନାଲ ଓ ଫାଇନାଲ୍ ମ୍ୟାଚ୍
୪ ମାର୍ଚ୍ଚ- ସେମିଫାଇନାଲ୍ ୧, ଦୁବାଇ
୫ ମାର୍ଚ୍ଚ- ସେମିଫାଇନାଲ୍-୨, ଲାହୋର
୯ ମାର୍ଚ୍ଚ- ଫାଇନାଲ୍, ଲାହୋର