ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ମହମ୍ମଦ ଶାମି ସାମିଲ ହେବା ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାର ଅନ୍ତ ଘଟିଛି। ମହମ୍ମଦ ଶାମିଙ୍କ ଫିଟନେସ୍ ଉପରେ ଆସିଛି ଚୂଡ଼ାନ୍ତ ରିପୋର୍ଟ। ଆଉ ଏହି ରିପୋର୍ଟ ଭାରତୀୟ ଦଳ ଓ ପ୍ରଶଂସକଙ୍କ ପାଇଁ ନିରାଶଜନକ ରହିଛି। ମହମ୍ମଦ ଶାମି ସଂପୂର୍ଣ୍ଣ ଫିଟ୍ ନ ଥିବା ଯାଞ୍ଚ ରିପୋର୍ଟରୁ ଜଣା ପଡିଛି। ଫଳରେ ଶାମି ଅଷ୍ଟ୍ରେଲିଆ ଗସ୍ତରେ ଯିବ ନାହିଁ ବୋଲି ବିସିସିଆଇ ସୋମବାର ସ୍ପଷ୍ଟ କରିଛି।
ଦୀର୍ଘ ବର୍ଷ ପରେ ଶାମି ରଣଜୀ ଟ୍ରଫି ଜରିଆରେ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ।ତେବେ ଦୀର୍ଘ ସମୟ ବୋଲିଂ କରିବାରୁ ତାଙ୍କ ଗୋଡ଼ରେ ଫୁଲା ସମସା୍ୟ ଦେଖା ଦେଇଛି। ଯାହା ସେତେ ଚିନ୍ତାର ବିଷୟ ନୁହେଁ। କିନ୍ତୁ ତାଙ୍କୁ ନିଜର ବୋଲିଂ କାର୍ଯ୍ୟଭାରକୁ ସନ୍ତୁଳିତ ରଖିବାକୁ ପଡ଼ିବ। ଶାମି ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ ପକ୍ଷରୁ ମଧ୍ୟ ପ୍ରଦେଶ ବିପକ୍ଷରେ ୪୩ ଓଭର ବୋଲିଂ କରିଥିଲେ। ତେଣୁ ତାଙ୍କ ଆଣ୍ଠୁ ଫୁଲି ଯାଇଥିଲା। ଏହାପରେ ସେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୯ଟି ମ୍ୟାଚ୍ ଖେଳିବା ସହିତ ଟେଷ୍ଟ ସିରିଜ୍ ପାଇଁ ନିଜକୁ ଅଧିକ ଫିଟ୍ ରଖିବା ପାଇଁ ଅତିରିକ୍ତ ଅଭ୍ୟାସ୍ ସେସନରେ ଯୋଗ ଦେଇଥିଲେ।
ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ବିସିସିଆଇର ସେଣ୍ଟର ଅଫ ଏକ୍ସଲେନ୍ସରେ ଶାମି ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ନିଜର ଓ୍ଵାର୍କଲୋଡ ବଢାଇଉପରେ ଉପରେ କାମ ଜାରି ରଖିବେ। ରଣଜୀ ଟପରେ ଡିସେମ୍ବର ୨୧ରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହୋଇଛି। କିନ୍ତୁ ଶାମି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ନାହାନ୍ତି। ବିଜୟ ହଜାରେ ଟ୍ରଫିରେ ଶାମିଙ୍କ ଖେଳିବା ଏହା ଉପରେ ନିର୍ଭର କରେ ଯେ, ତାଙ୍କ ଆଣ୍ଠୁର ସ୍ଥିତି କେମିତି ରହିଛି।