ଗଜପତି ଜିଲ୍ଲାର ମୋହାନା ଅଞ୍ଚଳରେ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମର ଶିକାର ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ବଳରାମ ନାୟକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗଜପତି ଜିଲ୍ଲା ମୋହନ ପୋଲିସ ସୀମା ଅନ୍ତର୍ଗତ ଭଳିଆସହି ଗାଁର ଜଣେ ୩ ବର୍ଷର ଶିଶୁକନ୍ୟାକୁ ଏକୁଟିଆ ଦେଖି ଗୁରୁବାର ସନ୍ଧ୍ୟାରେ ଘର ନିକଟସ୍ଥ ଦୋକାନରୁ କୁରକୁରେ କିଣିଦେବାକୁ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ବଳରାମ ନାବାଳିକାକୁ ଜଙ୍ଗଲକୁ ଯାଇଥିଲେ । ଆଉ ସେଠାରେ ଅଭିଯୁକ୍ତ ନାବାଳିକାର ଯୌନ ଶୋଷଣ କରିଥିଲା । ଝିଅକୁ ପରିବାର ବର୍ଗ ତାଙ୍କୁ ଘରେ ନପାଇ ଖୋଜା ଖୋଜି କରିଥିଲେ ଆଉ ଝିଅକୁ ସେମାନେ ଅଚେତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ଝିଅକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେବା ସହିତ ପୋଲିସ କୁ ଖବର ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ବଳରାମଙ୍କୁ ଗିରଫ କରିଥିଲା ।
ଅଧିକ ପଢ଼ନ୍ତୁ : ରାଜଧାନୀ ଦିଲ୍ଲୀରେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ