ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ଛାତ ସେଣ୍ଟ୍ରିଂ ଖୋଲୁଥିବାବେଳେ ୫ ଜଣ ଶ୍ରମିକ ସେଣ୍ଟ୍ରିଂ ତଳେ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମୃତ ଓ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ସ୍ଥିତ ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଛାତ ସେଣ୍ଟ୍ରିଂ ଶ୍ରମିକମାନେ ଖୋଲୁଥିବା ସମୟରେ ଦୁର୍ଭାଗ୍ୟ ବଶତଃ ସେଣ୍ଟ୍ରିଂ ଶ୍ରମିକମାନଙ୍କ ଉପରେ ପଡି ଯାଇଥିଲା । ଯାହାଫଳରେ ୫ ଜଣ ଶ୍ରମିକ ସେଣ୍ଟ୍ରିଂ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ୫ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ହେବା ସହିତ ୪ ଜଣ ଆହତ ହୋଇଛନ୍ତି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ଯାଞ୍ଚ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।
ଆଗକୁ ପଢ଼ନ୍ତୁ : ଫେରାର କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର