ଜୁଲାଇ ୮ ତାରିଖ ଦିନ ରତ୍ନ ଭଣ୍ଡାର ଖୋଲିବା ନେଇ ବଢିଲା ଦ୍ୱନ୍ଦ। ୮ ତାରିଖରେ ଖୋଲା ହେବନାହିଁ ରତ୍ନଭଣ୍ଡାର ସରକାର ଏନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟିକରଣ ଦେଇଛନ୍ତି ।
ସୂଚନା ଅନୁଯାୟୀ ରତ୍ନ ଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସରକାର। ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି। ବିଶୃଂଖଳିତ ଭାବରେ ଜଣେ ଏଏସଆଇ ଅଧିକାରୀ ଏ ବାବଦରେ ଭ୍ରାନ୍ତ ବିବୃତି ଦେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ତାଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ରତ୍ନ ଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି। ରତ୍ନ ଭଣ୍ଡାର କେବେ ଖୋଲାଯିବ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଚନ୍ଦନ କହିଛନ୍ତି।