ରାଜଧାନୀର ଜନଗହଳିପୂର୍ଣ୍ଣ କମାଇବାକୁ ରାଜ୍ୟ ସରକାର ୭ ବର୍ଷ ହେଲା ନୀଳ ନକ୍ସା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ । ଜୟଦେବ ବିହାର ରୁ ନନ୍ଦନକାନନ ଯାଏ ତିଆରିହେବ ୭ ଟି ଫ୍ଲାଏଓଭର । ତେବେ ସହରବାସୀଙ୍କୁ ଦେଖାଯାଉ ଥିବା ସେ ନୀଳରଙ୍ଗର ସ୍ବପ୍ନ ଯେ କେବେ ବାସ୍ତବ ରୂପ ଧାରଣ କରିବ, ତା’କୁ ନେଇ ଘୋର ସନ୍ଦେହ । କାରଣ ସରକାର କେତେବେଳେ ବିକଳ୍ପ ରାସ୍ତା କଥା କହୁଛନ୍ତି ତ ଆଉ କେତେବେଳେ ଫ୍ଲାଏଓଭର ତିଆରି କରିବାକୁ ଚିନ୍ତା କରୁଛନ୍ତି । ମାତ୍ର ସମୟ ଯେତିକି ଆଗକୁ ଗଡ଼ୁଛି, ଭିଡ଼ କମାଇବାର ନକ୍ସା ଥରକୁ ଥର ବଦଳି ଚାଲିଛି । ଏବେ ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ରାଜଭବନ ଛକଠାରୁ ଜୟଦେବ ବିହାର ଦେଇ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ୭ଟି ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିସହ ରାଜଭବନରୁ ବାରଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ମଧ୍ୟ ହେବ। ତେବେ ଏହା ଯେ ଚୂଡ଼ାନ୍ତ ଯୋଜନା, କହିବା କଷ୍ଟକର। ୧୫ କିମି ଏହି ରାସ୍ତାର ଭିଡ଼ କମାଇବାକୁ ବାରମ୍ବାର ନକ୍ସା ପ୍ରସ୍ତୁତ ହେଉଥିବାରୁ ଏହାର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ରାଜଭବନରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତୀକରଣ କରାଯିବ। ପାୱାର ହାଉସ ଛକ, ନିକୋ ପାର୍କ ଛକ, ଜୟଦେବ ବିହାର ଛକ, ଜନତା ମଇଦାନ ଛକ, ଜାଭିଅର ଛକ, କଳିଙ୍ଗ ହସ୍ପିଟାଲ ଛକ ଓ ନନ୍ଦନକାନନ ଛକରେ ଫ୍ଲଏ ଓଭର କରିବାକୁ ପ୍ରସ୍ତାବ ଦିଆଯାଇଛି । ଗୋଟିଏ ପଟେ ରାସ୍ତା ସମ୍ପ୍ରସାରଣ କରିବାର ପ୍ରସ୍ତାବ ତ ଅନ୍ୟପଟେ ଫ୍ଲାଏ ଓଭର ନିର୍ମାଣ। ତା’ ଭିତରେ ଏହି ରାସ୍ତାରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜୟଦେବ ବିହାରରେ ଏବେ ଗୋଟିଏ ଫ୍ଲାଏ ଓଭର ରହିଥିବା ବେଳେ ଆଉ ଗୋଟିଏ ଫ୍ଲାଏ ଓଭର ସହ ମେଟ୍ରୋ ଟ୍ରେନ୍ ପାଇଁ ଟ୍ରାକ୍ ପ୍ରସ୍ତୁତ କିଭଳି ହେବ ତାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେବେ ଏହି କାମ କେତେଦୂର ସଫଳ ହେବ ତାହା ଦେଖିବାକୁ ଓଡିଶା ବାସୀ ଆପେକ୍ଷେରେ ଅଛନ୍ତି ।
ଅଧିକ ପଢନ୍ତୁ :ବଦଳିବ ବେଳାଭୂମିର ଦୃଶ୍ୟ