ବଦଳିବ ବେଳାଭୂମିର ଦୃଶ୍ୟ । ଆଲୋକମାଳା, ନୃତ୍ୟ, ଗୀତରେ ମଜିବେ ପର୍ଯ୍ୟଟକ । ରଙ୍ଗୀନ ହେବ ସବୁ ବେଳାଭୂମି । ରାଜ୍ୟର ଯେଉଁ ବେଳାଭୂମିକୁ ଯିବେ, ସବୁଠି ଗୋଆ ଉପକୂଳର ଅନୁଭୂତି ନେଇ ଫେରିବେ ପର୍ଯ୍ୟଟକ । ପୂର୍ବରୁ ଓଟିଡିସି ସହାୟତାରେ ଚନ୍ଦ୍ରଭାଗାରେ ୫ଟି ଇକୋ ବିଚ୍ ଖୋଲିବାକୁ ଯୋଜନା ହୋଇଥିଲା। ଚନ୍ଦ୍ରଭାଗା ସମେତ ୬ଟି ସମୂଦ୍ରକୂଳରେ ଏହିପରି ୨୦ଟି ଇକୋ ବିଚ୍ ଖୋଲିବାକୁ ନିଷ୍ପଭି ହୋଇଥିଲା। କିନ୍ତୁ ଏହାଏର କାର୍ଯ୍ୟ ସଫଳ ହୋଇନଥିଲା । ଦୁଇ ବର୍ଷ ତଳେ ବେଳାଭୂମିର ଏହି ଯୋଜନା ଆରମ୍ଭ ହେଵା ପୂର୍ବରୁ ବନ୍ଦ ରହିଥିଲା । ଧାର୍ମିକ ଦୃଷ୍ଟିକୋଣରୁ ପୁରୀ, କୋଣାର୍କକୁ ବାଦଦେଇ ପାଖାପାଖି ଏବେ ଅନ୍ୟତ୍ର ସ୍ଥାନରେ ଏହି ବ୍ୟବସ୍ଥା ଶୁଭାରମ୍ଭ ହେବାକୁ ଯାଉଛି ।
ଉପକୂଳ ଓଡ଼ିଶାରେ ଥିବା ଗୋପାଳପୁର, ଚାନ୍ଦିପୁର, ତାଳସାରି, ପାରାଦୀପ, ସୋନପୁର ଆଦି ବିଭିନ୍ନ ବେଳାଭୂମିରେ ହେବ ଇକୋ ବିଚ୍ । ଏହା ସ୍ଥାୟୀ ହୋଇପାରେ ବା ଅସ୍ଥାୟୀ । ପାଖାପାଖି ୧୫ଟି ଇକୋ ବିଚ୍ ନିର୍ମାଣ ହେବ ବୋଲି ସୂଚନା ମିଳୁଛି । ଏସବୁ ସ୍ଥାନରେ ବସିବା ସ୍ଥାନ, ଶୌଚାଳୟ, ମାର୍କେଟ୍ କମ୍ପ୍ଲେକ୍ସ ଓ ପାର୍କ ନିର୍ମାଣ ହେବ । ଖାଲି ସେତିକି ନୁଁହେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ମାତ୍ର ପରିବେଶ ଓ ପରିସ୍ଥିତି ଅନୁଯାୟୀ ଏହାର ଅବଧି ପାଇଁ ବର୍ଷସାରା କିମ୍ବା କିଛିଦିନ ପାଇଁ ହୋଇପାରେ ବୋଲି ସୂଚନା ମିଳିଛି । ଏହିଭଳିଭାବେ ବେଳାଭୂମିର ରୂପ, ରଙ୍ଗ, ଚିତ୍ର ଓ ଚରିତ୍ର ବଦଳିବାକୁ ଯାଉଛି । ଖୁବଶୀଘ୍ର ଓଡ଼ିଶାବାସୀ ଏବଂ ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ବିଭିନ୍ନ ବେଳାଭୂମିର ନବକଳେବର ଦେଖିବେ । ଏଥିପାଇଁ ମାଷ୍ଟରପ୍ଲାନକୁ ଅନୁମୋଦନ ସହ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇସାରିଛି ।
ପର୍ଯ୍ୟଟନ ବିକାଶ ନେଇ ସମୀକ୍ଷା ବୈଠକ ବସିଥିଲା ବେଳେ ସେଥିରେ ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ତେବେ ସମୁଦ୍ର କୂଳବର୍ତ୍ତୀ ସହରଗୁଡ଼ିକୁ ଗୋଆ ଢାଞ୍ଚାରେ ବିକଶିତ କରାଯିବ ବୋଲି ଆଲୋଚନା କରାଯାଇଥିଲା । ସ୍ଥାନୀୟ ସୁବିଧା ଦେବାସହ ଏହି ସ୍ଥାନକୁ ଦେଖି ପରିକଳ୍ପିତ ବିଭିନ୍ନ ଅତ୍ୟଧୁନିକ ପ୍ରକଳ୍ପମାନ ଗଢ଼ାଯିବାର ବ୍ୟବସ୍ଥା କରାଯିବ । ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି କିଛିବର୍ଷ ହେବ ବେଳାଭୂମି ପର୍ଯ୍ୟଟନକୁ ବେଶି ଗୁରୁତ୍ବ ଦିଆଯାଉଛି । ସେହି ହିସାବରେ ସର୍ବାଧିକ ପର୍ଯ୍ୟଟକ ଆସୁଥିବା କୋଣାର୍କର ଚନ୍ଦ୍ରଭାଗା ଓ ବାଲେଶ୍ୱରର ତାଳସାରି-ଉଦୟପୁର ବେଳାଭୂମିକୁ ବିଶ୍ବସ୍ତରୀୟ କରିବାକୁ ନିଷ୍ପକୁ ନିଅ ଯାଇଛି । ଏହି ଯୋଜନା ରାଜ୍ୟରେ ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି । ପୁରୀ-କୋଣାର୍କ ବେଳାଭୂମିର ଚନ୍ଦ୍ରଭାଗରେ ୧ କିମି ବ୍ୟାପୀ ଅଞ୍ଚଳ ଏବଂ ତଳସର୍ପ ୨.୪ କିମି ଅଞ୍ଚଳକୁ ବିକଶିତ କରାଯିବ । ସେଠାରେ ତାରକା ହୋଟେଲ, ସାଇକେଲ ଟ୍ରାକ , ମୁକ୍ତ ରଙ୍ଗମଞ୍ଚ, ଜଳକ୍ରୀଡ଼ା, ଦୁଃସାହସିକ କ୍ରୀଡ଼ା ଆଦି ଅତ୍ୟଧୁନିକ ସୁବିଧା ରହିବ। ଚନ୍ଦ୍ରଭାଗାରେ ବୋଟିଂ ଏବଂ ବେଳାଭୂମି ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ୪୨ କେଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ସ୍ଥାନରେ ବିଭିନ୍ନ ବିକାଶ ମୂଳକ କର୍ଯ୍ୟ ମଧ୍ୟ ଜାରି ରହିଛି । ବେଳାଭୂମିର ଏହି ଇକୋ ବିଚ ନିର୍ମାଣ ପ୍ରସ୍ତୁତି ନେଇ ପର୍ଯ୍ୟଟକ ମାନେ ଆଗ୍ରହ ସହ ଅପେକ୍ଷା କରିଛନ୍ତି ।
ଅଧିକ ପଢନ୍ତୁ :ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ; ସେପଟେ ଖତ ଖାଉଛି ପର୍ଯ୍ୟଟନସ୍ଥଳ