ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ବନ୍ଦ ଅଛି ବହୁ ହେଭିୱେଟଙ୍କ ଭାଗ୍ୟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ସରିଛି ମତଦାନ । ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ଦେଖିବାକୁ ମିଳିଛି ବିଗ୍ ଫାଇଟ୍ । ୬ଟା ସୁଦ୍ଧା ରାଜ୍ୟରେ ୫୯.୭୨ ପ୍ରତିଶତ ମତଦାନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।
ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍ ୫୯.୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ବରରେ ୫୩.୫୪ ପ୍ରତିଶତ, କଟକରେ ୫୪.୩୬ ପ୍ରତିଶତ, ଢେଙ୍କାନାଳରେ ୬୦.୮୮ ପ୍ରତିଶତ, କେନ୍ଦୁଝରରେ ୬୨.୪୩ ପ୍ରତିଶତ, ପୁରୀରେ ୬୧.୧୭ ପ୍ରତିଶତ ଏବଂ ସମ୍ବଲପୁରରେ ୬୬.୬୭ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଥିବା ବେଳେ ଦେଓଗଡରେ ସର୍ବାଧିକ ମତଦାନ ହୋଇଛି । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତ ସଂଗ୍ରହ କରାଯାଇଥିବା ବେଳେ ଭୁବନେଶ୍ୱର ମଧ୍ୟରେ ସର୍ବନିନ୍ନ ଭୋଟର ମତଦାନ ହୋଇଛି ।