ଭୁବନେଶ୍ୱର: ଓଡ଼ିଆ ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ିଥିବା ବିଜେପି ସରକାର ବଜେଟ୍ ମଧ୍ୟ ସ୍ଥାନ ଦେଇଛନ୍ତି । ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ରେ ‘ଓଡ଼ିଆ ଅସ୍ମିତା’ ପ୍ରାଧାନ୍ୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଆର୍ଥିକ ବର୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୪୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଓଡ଼ିଆ ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ସେହିପରି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ୧୫ କୋଟି ଟଙ୍କାର ପ୍ରସ୍ତାବ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠନ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହିପରି ପଣ୍ଡିତ ନୀଳକଣ୍ଠ ଦାସଙ୍କ ବାସଭବନରେ ପ୍ରତିମୂର୍ତ୍ତି ସ୍ଥାପନ ଓ ସ୍ମାରକୀ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଅଟକଳ କରିଛନ୍ତି ସରକାର ।