ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବିପଦରେ ପଡ଼ିଛି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜୀବନ । ଦୈନିକ ବିପଦ ସଙ୍କୁଳ ଅବସ୍ଥାରେ ଫିଟନେସ୍ ନ ଥିବା ବସରେ ପିଲା ଯାଉଛନ୍ତି ସ୍କୁଲ । ଭୁବନେଶ୍ୱର ମୋଟ ୧୪୮୪ଟି ବସ୍ ପଞ୍ଜିକୃତ ହୋଇଛି । ସେଥିମଧ୍ୟରୁ ୪୬୦ ସ୍କୁଲ୍ ବସ୍ ବିନା ଫିଟନେସ୍ ପ୍ରମାଣପତ୍ରରେ ଚାଲୁଛି । ଆଜି ଗୃହରେ ଏଭଳି ଉଦବେଗ ଜନକ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । କଂଗ୍ରେସ ବିଧାୟକ ତାରା ବାହିନୀପତି ପଚାରିଥିବା ପ୍ରଶ୍ନର ଏଭଳି ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।