ଭୁବନେଶ୍ୱର: ଓଡ଼ିଶାରୁ ଲୁହା ପଥର ନେଉଛି ଚୀନ । ଗତ ତିନି ବର୍ଷରେ ଓଡ଼ିଶାରୁ ଚୀନକୁ ୪ କୋଟି ୧୮ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଲୁହାପଥର ରପ୍ତାନୀ ହୋଇଛି । ଏଥିରୁ ଓଡ଼ିଶା ପାଇଛି ୨୪ ଶହ ୧୮ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ୱ । ଏ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୨୨-୨୩ ବର୍ଷରେ ଓଡ଼ିଶାକୁ ୩୨୧ କୋଟି ୮ ଲକ୍ଷ ରାଜସ୍ୱ ମିଳିଛି । ସେହିପରି ୨୦୨୩-୨୪ ବର୍ଷରେ ୧ ହଜାର ୮୬ କୋଟି ୯୬ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ସେହିପରି ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ୧,୦୧୯ କୋଟି ୧୦ ଲକ୍ଷ ଟଙ୍କା ଚୀନଠାରୁ ରାଜସ୍ୱ ପାଇଛି ଓଡ଼ିଶା ।