କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା କୋକସରା ଥାନା ଚିଲିଗୁଡା ଠାରେ ଏକ ଅଘଟଣ ଘଟିଯାଇଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି ବରଯାତ୍ରୀ ଗାଡି । ଯାହା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ କଳାହାଣ୍ଡିରୁ ଏକ ବରଯାତ୍ରୀ ଗାଡି ଲୋକଙ୍କୁ ନେଇ ଛତିଶଗଡ ଯାଇଥିଲା ଏବଂ ରାତିରେ ବିବାହ ସାରି ସମସ୍ତେ କଳାହଣ୍ଡି ଫେରୁଥିଲେ । ଏହି ସମୟରେ ଗାଡିଟି ହଠାତ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ସମୁଦାୟ ୭ ଜଣଙ୍କ ଭିତରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଏହାସହ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।