ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ଶିବ ମନ୍ଦିରରେ କାମ କରୁଥିବା ବେଳେ ଟଳି ପଡିଲେ ଜଣେ ଶ୍ରମିକ। ଅଂଶୁଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଶ୍ରମିକ ଜଣକ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦୁଷ୍ମନ୍ତ ବିଶ୍ୱାଳ। ଦୁଷ୍ମନ୍ତ ଶ୍ରମିକ ଭାବେ ବସୋଇ ଗାଁ ଶିବ ମନ୍ଦିରରେ କାର୍ଯ୍ୟ କରୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଛିଡା ହୋଇଥିବା ବେଳେ ତଳେ ପଡ଼ିଯାଇଥିଲେ। ସହଯୋଗୀ ମାନେ ତାଙ୍କୁ ତୁରନ୍ତ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ପରେ ପରଜଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।