କଟକ : ଟ୍ରେନ ଦୁର୍ଘଟଣା ପାଇଁ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଛି ହେଲ୍ପଲାଇନ୍ ନମ୍ବର। କଟକ ମଙ୍ଗୁଳି ନିକଟ ନିର୍ଗୁଣ୍ଡି ଠାରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଛି । ରବିବାର ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ବେଙ୍ଗଳୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ୍ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି । ଜଣେ ଯାତ୍ରୀ ମୃତ ତେବେ ୭ଜଣ ଆହତ ହୋଇଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି । ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଏସସିବିରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଖରାରେ ଛିଡା ହନ୍ତସନ୍ତ ହେଉଛନ୍ତି । ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ ବୋଲି ପୂର୍ବତଟ ରେଳବାଇର ଅଧିକାରୀ କହିଛନ୍ତି । ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ହୋଇଛି।
ଅନ୍ୟପଟେ ଏକ୍ସପ୍ରେସ ଲାଇନଚ୍ୟୁତ ପରେ ଅନେକ ଟ୍ରେନ୍ର ଗତିପଥ ପରିବର୍ତ୍ତନ ହୋଇଛି। ଧଉଳି, ନୀଳାଚଳ, ପୁରୁଲିଆ ସୁପରଫାଷ୍ଟର ଗତିପଥ ବଦଳାଯାଇଛି।
ଜାରି ହୋଇଥିବା ହେଲ୍ପ ଲାଇନ୍ ନମ୍ବର ହେଉଛି : -
କଟକ ପାଇଁ ହେଲ୍ପଲାଇନ୍ ନଂ -୮୯୯୧୧୨୪୨୩୮
ଭୁବନେଶ୍ୱର ପାଇଁ ହେଲ୍ପଲାଇନ୍ ନଂ -୮୪୫୫୮୮୫୯୯୯
ଭଦ୍ରକ ପାଇଁ ହେଲ୍ପଲାଇନ୍ ନଂ -୯୪୩୭୪୪୩୪୬୯ ,
ଦୁର୍ଘଟଣାସ୍ଥଳ ପାଇଁ ନଂ-୮୯୯୧୧୨୪୨୩୮
ଖୋର୍ଦ୍ଧା ପାଇଁ ହେଲ୍ପଲାଇନ୍ ନଂ -୦୬୭୪୨୪୯୨୨୪୫